ବିଶ୍ଵନିୟନ୍ତାଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା

ରତ୍ନବେଦୀ ଛାଡି ଜନ୍ମ ବେଦୀ ଯିବେ ମହାପ୍ରଭୁ

ବିଶ୍ଵନିୟନ୍ତାଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀ ଛାଡି ଜନ୍ମ ବେଦୀ ଯିବେ ମହାପ୍ରଭୁ। ନବ ଦିନାତ୍ମକ ଯାତ୍ରାରେ ନିଜ ମାଉସୀ ଘରକୁ ଯିବେ ଚତୁର୍ଦ୍ଧାମୂର୍ତ୍ତୀ। ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ । ବଡ଼ଦାଣ୍ଡରେ ଗହଳି, ପୁରୀ ସହରକୁ ଲକ୍ଷଲକ୍ଷ ଭକ୍ତମାନଙ୍କର ଆଗମନ ହୋଇସାରିଛି। ଶ୍ରୀକ୍ଷେତ୍ରକୁ ବାହାରୁ ୧୦ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତ ପହଞ୍ଚିବେ ବୋଲି ଆଶା କରାଯାଉଛି। ରାଜ୍ୟର ଚାରିଆଡୁ ଶ୍ରଦ୍ଧାଳୁ ପୁରୀ ମୁହାଁ ହୋଇଛନ୍ତି। ରଥାରୁଢ଼ କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଦେଶ-ବିଦେଶରୁ ଭକ୍ତ ଆସି ପୁରୀ ପହଞ୍ଚିଛନ୍ତି।

ସକାଳ ୬ଟାରେ ମଙ୍ଗଳା ଆଳତି
ସକାଳ ୬.୧୦ ରେ ମଇଲମ
ସକାଳ ୬.୩୦ ରେ ତଡପଲାଗି
ସକାଳ ୬.୩୦ରେ ରୋଷ ହୋମ
ସକାଳ ୭ଟାରେ ଅବକାଶ
ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା
ସକାଳ ୭.୩୦ ରେ ଦ୍ୱାରପାଳ ପୂଜା
ସକାଳ ୭.୩୦ ସୁଦ୍ଧା ବେଶ ଶେଷ
ଗୋପାଳ ବଲ୍ଲଭ ଏବଂ ସକାଳ ଧୁପା (ଖେଚୁଡି ଭୋଗ) ସକାଳ ୮ ରୁ ୯
ସକାଳ ୯ଟାରେ ରଥ ପ୍ରତିଷ୍ଠା
ସକାଳ ୯.୧୫ ରେ ମଙ୍ଗଳାର୍ପଣ
ସକାଳ ୯.୩୦ରୁ ଆରମ୍ଭ ହେବ ପହଣ୍ଡି
ଦିନ ୧୨.୩୦ ସୁଦ୍ଧା ଶେଷ ହେବ ପହଣ୍ଡି
ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀ ଶ୍ରୀ ରାମ ଏବଂ ଶ୍ରୀ ଶ୍ରୀ କୃଷ୍ଣ ବିଜେ
ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ ଚିତା ଲାଗି
ଅପରାହ୍ନ ୧.୩୦ ରୁ ୨.୩୦ ବେଶ ଶେଷ
ଅପରାହ୍‌ଣ ୨.୩୦ ରୁ ୩.୩୦ ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା
ଅପରାହ୍ନ ୪ଟା ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ
ଅପରାହ୍ନ ୪ଟାରେ ଆରମ୍ଭ ରଥଟଣା