ଆଜି ଠାରୁ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ

ଆଜି ରଥକାଠ ଅନୁକୂଳ

ପବିତ୍ର ଶ୍ରୀପଞ୍ଚିମୀରେ । ଆଜି ଠାରୁ ରଥ ନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ। ଶ୍ରୀନଅର ସମ୍ମୁଖ ରଥଖଳାକୁ ରଥକାଠ ଆଗମନ ହେବ। ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ। ତିନି ରଥ ପାଇଁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ପୁଷ୍ପମାଲ୍ୟ ଦେଇ କରାଯିବ ପୂଜାର୍ଚ୍ଚନା । ଅପରାହ୍ନରେ ରୀତିନୀତି ସମ୍ପନ୍ନ ହେବ । ରାଜନଅର ପକ୍ଷରୁ ଶୌତ୍ରିୟ ବ୍ରାହ୍ମଣ ଏହି ପୂଜାର୍ଚ୍ଚନା କରିବେ । ବସନ୍ତ ପଞ୍ଚମୀରେ ଶିକ୍ଷାପୁଷ୍ଠାନ ସମେତ ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ ଆବାହନ କରାଯାଉଛି । ପବିତ୍ର ଶ୍ରୀପଞ୍ଚମୀରେ ଆଜି ହେବ ରଥକାଠ ଅନୁକୂଳ ହେବ ।