ମାସେ ଘରେ ପଶିବନି ଆମିଷ, ଶେଷ ଦିନରେ ଆମିଷ ବଜାରରେ ଭିଡ଼

ଶେଷ ଦିନରେ ଆମିଷ ଦର ଆକାଶ ଛୁଆଁ

ଆଜି ଆଶ୍ବୀନ ମାସର ଶେଷ ଦିନ । କାଲିଠୁ ଆରମ୍ଭ ହେବ କାର୍ତ୍ତିକ ମାସ । ଧାର୍ମିକ ମାସ କାର୍ତ୍ତିକ ମାସରେ ଆମିଷ ବାରଣ ଯୋଗୁଁ ଆଜି ଶେଷ ଦିନରେ ଆମିଷ ବଜାରରେ ନାହିଁ ନଥିବା ଗହଳି । ଏହାସହ ଆକାଶ ଛୁଆଁ ହୋଇଛି ଆମିଷ ଦର । ଶୁକ୍ରବାର ଆମିଷ ବାର ହୋଇଥିବାରୁ ସମସ୍ତେ ଆଗ୍ରହରେ ନେଉଛନ୍ତି ଘରକୁ ନନଭେଜ୍ । କାରଣ ଗୋଟାଏ ଦିନ ପରେ ପୁଣ୍ୟର ମାସ କାର୍ତ୍ତିକ। କାହାରି ଘରେ ଆଉ ପଶିବନି ଆମିଷ। ମାସ ସାରା ନିରାମିଷ ଖାଇବାକୁ ପଡିବ। ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ଆମିଷ। ଭାକୁର ମାଛ ଦର ୨୫୦ ଟଙ୍କା ଥିବା ବେଳେ, ରୋହି ୨୦୦ ଏବଂ ଚିଙ୍ଗୁଡ଼ି ଦର ୫୦୦ ଟଙ୍କା ରହିଛି। ସେହିପରି ଚୁନା ମାଛରେ ହାତ ମାରିହେଉନି। ଏଥିସହ କଙ୍କଡା ୧୦୦୦ ଟଙ୍କା ଥିବାବେଳେ ଚିକେନ୍ ୨୫୦ ଟଙ୍କା ରହିଛି।