୯ ଦିନିଆ ମହାମେଳାର ଶେଷଦିନ

ଆଜି ସରୁଛି ଐତିହାସିକ ବାଲିଯାତ୍ରା

ସରିଯିବ କଟକର ଐତିହାସିକ ବାଲିଯାତ୍ରା । ନଭେମ୍ବର ୨୭ରୁ ଆରମ୍ଭ ହୋଇଥିବା ୯ ଦିନିଆ ମହାମେଳାର ଆଜି ଶେଷଦିନ । ଆଜି ଶେଷଦିନରେ ବାଲିଯାତ୍ରାରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳୁଛି । ବାଲିଯାତ୍ରାରେ ଏବେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଭିଡ଼ ଅସମ୍ଭାଳ । ଚଟପଟା ଖାଇବା ସାଙ୍ଗକୁ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲୋକ ଭିଡ଼ ଦେଖାବିକୁ ମିଳୁଛି ବାଲିଯାତ୍ରାରେ । ଏହାଛଡ଼ା ଦୋଳି ଓ ଅନ୍ୟ ରୋମାଞ୍ଚକର ଅନୁଭୂତି ମଧ୍ୟ ନେଉଛନ୍ତି ଲୋକେ । ଗତକାଲି ବାଲିଯାତ୍ରା ଅବଧି ସରୁଥିବାବେଳେ ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଗୋଟିଏ ଦିନ ପାଇଁ ବଢ଼ାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତେବେ ଶେଷଦିନ ଥିବାରୁ ବାଲିଯାତ୍ରାରେ ଲୋକଙ୍ପ୍ରକ ଭିଡ ସହ ଶେଷ ଦିନରେ ଭଲ ବ୍ବୟବସାୟ ନେଇ ଆଶା ରଖିଛନ୍ତି ବ୍ୟବସାୟୀ ।