ଆଜି ବିଶ୍ଵ ହସ୍ତୀ ଦିବସ

ଜଙ୍ଗଲ ବଞ୍ଚାନ୍ତୁ, ହାତୀ ବଞ୍ଚାନ୍ତୁ….

ଈଶ୍ବରଙ୍କ ସୃଷ୍ଟିରେ ସବୁଠୁ ବିଶାଳକାୟ ଜୀବ ହେଉଛି ହାତୀ । ଦେଖିବାକୁ ଯେମିତି ବିଶାଳ କାମ ମଧ୍ୟ ଠିକ ସେମିତି। ତେବେ ଆଜି ସେହି ହାତୀମାନଙ୍କ ପାଇଁ ଦିନଟିଏ । ଆଜି ବିଶ୍ୱ ହସ୍ତୀ ଦିବସ। ପ୍ରତ୍ଯେକ ବର୍ଷ ଅଗଷ୍ଟ ୧୨ ତାରିଖକୁ ହିଁ ହାତୀମାନଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଏ । ଜଙ୍ଗଲ ସୁରକ୍ଷା ସହ ହାତୀମାନଙ୍କ ସୁରକ୍ଷାକୁ ଦୃଷ୍ଟି ଓ ହାତୀମାନଙ୍କ ବଂଶ ବୃଦ୍ଧି କିଭଳି କରାଯାଇପାରିବ ଏହି ଦିବସ ପାଳନ କରାଯିବାର ମୁଖ୍ୟ ଉଦେଶ୍ୟ ରହିଛି ।

ଓଡ଼ିଶାର ନନ୍ଦନକାନନ ଓ ଚନ୍ଦକା ଅଭୟାରଣ୍ୟର କୁମାର ଖୁଣ୍ଟି ଠାରେ ଏହି ହସ୍ତୀ ଦିବସ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ପରିବେଶ ଧୀରେ ଧୀରେ ବଦଲୁଥିବା ବେଳେ ଜଙ୍ଗଲ କ୍ଷୟ ମଧ୍ୟ ଦେଖିବାକୁ ମିଳୁଛି । ବାସସ୍ଥାନ ହ୍ରାସ, ଦାନ୍ତ ପାଇଁ ହାତୀ ଶିକାର ଓ ହାତୀ ମଣିଷ ଲଢ଼େଇ ପରି ଅନେକ ସମସ୍ୟାର ସାମନା କରୁଛନ୍ତି ହାତୀ । ତେବେ ହାତୀ ଏକ ବିରଳ ପ୍ରାଣୀ ହୋଇଥିବାରୁ ଏହାର ସୁରକ୍ଷା ଆମ ସଭିଙ୍କ କର୍ତ୍ତବ୍ୟ ମଧ୍ୟ ।

ତେଣୁ ଏନେଇ ସଚେତନତା ସୃଷ୍ଟି କରିବା, ସେମାନଙ୍କ ସୁରକ୍ଷା ତଥା ସଂରକ୍ଷଣ କରିବା ଲାଗି ଏହି ଦିବସ ଉତ୍ସର୍ଗୀକୃତ । ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହାତୀ ଦିବସ ଭାବେ ପାଳନ କରାଯାଏ । ହାତୀ ବଞ୍ଚିଲେ ଆମ ପ୍ରକୃତି ସୁନ୍ଦର ରହିବ । ପରିବେଶ ସନ୍ତୁଳିତ ରହିବ । ତେଣୁ ଆସନ୍ତୁ ଶପଥ ନେବା ହାତୀ ବଞ୍ଚାଇବାରେ ସାମିଲ ହେବା ।