ଅପରାହ୍ନ ୪ଟାରେ ପ୍ରଚାର ବନ୍ଦ

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ

ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷ ଦିନ। ଅପରାହ୍ନ ୪ ଟାରେ ପ୍ରଚାର ବନ୍ଦ। ତିନି ଦଳର ପ୍ରାର୍ଥୀ ନିଜର ଦମ ଦେଖେଇବା ସହ ଭୋଟରଙ୍କ ମନ ଜିଣିବାକୁ ଦମ ଲଗାଇଦେଇଛନ୍ତି। ପ୍ରଚାର ପାଇଁ ହାତରେ ଆଉ କିଛି ଘଣ୍ଟା ବାକିଥିବାରୁ ପ୍ରାର୍ଥୀ, ତାଙ୍କ ସମର୍ଥକ, ଦଳୀୟ ନେତା ଓ କର୍ମୀମାନେ ପୁରା ଜୋର ଲଗାଇ ଦେଇଛନ୍ତି। ଭୋଟରଙ୍କୁ ମନାଇବାକୁ ଶେଷ ଉଦ୍ୟମ ଜାରିରଖିଛନ୍ତି।ଗତକାଲି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନୂଆପଡ଼ାରେ ବିରାଟ ରୋଡ ଶୋ କରି ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ୭ ତାରିଖରେ ବିଜେଡି ସଭାପତି ନବିନ ପଟ୍ଟନାୟକ ନୂଆପଡ଼ା ଆସି ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ନୂଆପଡ଼ା ଆସି ରୋଡ ଶୋ କରି ଭୋଟ ପ୍ରଚାର କରିଥିଲେ ।ଆଜି ନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଖରୀଆର ରୋଡ଼ ସହରରୁ ନୂଆପଡ଼ା ଏକତା ଛକ ଯାଏ ବିରାଟ ଶୋଭାଯାତ୍ରା ଆୟୋଜନ ହେବ । ଏଥିରେ ପିସିସି ସଭାପତିଙ୍କ ସମେତ କଂଗ୍ରେସର ବରିଷ୍ଠ ନେତାମାନେ ଯୋଗଦେଇ ଦଳୀୟ ପ୍ରାର୍ଥୀ ଘାସିରାମ ମାଝି ଙ୍କ ପାଇଁ ଭୋଟ ଭିକ୍ଷା କରିବେ । ସେହିଭଳି ନୂଆପଡ଼ା ପୋଲିସ ପଡିଆଠାରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ସିଂ ଯାଦବ ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀ ରମାକାନ୍ତ ହାତୀଙ୍କ ପାଇଁ ଭୋଟ ମାଗିବେ।

Leave a Reply

Your email address will not be published. Required fields are marked *