ଜୁନ ୧ରେ ଶେଷ ପର୍ଯ୍ୟାୟ ମତଦାନ, ଆଜି ସରୁଛି ପ୍ରଚାର

ଆଜି ସରୁଛି ପ୍ରଚାର

ଜୁନ ୧ରେ ଶେଷ ପର୍ଯ୍ୟାୟ ନିର୍ବାଚନ । ଏଥିପାଇଁ ଆଜି ସରୁଛି ପ୍ରଚାର । ପ୍ରଚାରର ଶେଷ ଦିନରେ ଜନମତ ନିଜ ଆଡକୁ କରିବାକୁ ଆଜି ଜୋରଦାର ପ୍ରୟାସ କରିବେ ପ୍ରାର୍ଥୀ । ଆଜି ପ୍ରଚାର ସହିତ ଗତ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ପ୍ରଚାର କୋଳାହଳ ଉପରେ ବ୍ରେକ ଲାଗିବ । ଓଡ଼ିଶାରେ ବିଜେଡି, ବିଜେପି, କଂଗ୍ରେସ ସମେତ ସମସ୍ତ ପ୍ରମୁଖ ଦଳର ତୁଙ୍ଗ ନେତାମାନେ ମାରାଥନ ପ୍ରଚାର କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଶକ୍ତି ଲଗାଇ ଦେଇଛନ୍ତି । ଓଡ଼ିଶାରେ ଏହା ଚତୁର୍ଥ ତଥା ଅନ୍ତିମ ପର୍ୟ୍ୟାୟ ବିଧାନସଭା ଓ ଲୋକସଭା ନିର୍ବାଚନ। ଚତୁର୍ଥ ପର୍ୟ୍ୟାୟରେ ୬ ଲୋକସଭା ଆସନ ଓ ଏହି ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୪୨ ଆସନରେ ଆସନ୍ତା ୧ ତାରିଖରେ ଭୋଟ ଗ୍ରହଣ ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଭୋଟ୍ ଗ୍ରହଣ ହେବ । ସେହିପରି ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୭ଟି ସଂସଦୀୟ ଆସନ ପାଇଁ ମତ ଅଧିକାର ସାବ୍ୟସ୍ତ କରିବେ ଭୋଟର । ଉତ୍ତରପ୍ରଦେଶର ୧୩, ପଞ୍ଜାବର ୧୩, ବିହାରର ୮, ପଶ୍ଚିମବଙ୍ଗ ୯, ଚଣ୍ଡିଗଡ଼ର ଗୋଟିଏ, ଓଡ଼ିଶାର ୬ ଏବଂ ଝାଡଖଣ୍ଡର ୩ଟି ଲୋକସଭା ଆସନରେ ମତଦାନ ହେବ।