ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ନାମାଙ୍କନ

ଆଜି ନାମଙ୍କନର ଶେଷ ଦିନ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୪ଟି ଲୋକସଭା ଆସନ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଳାହାଣ୍ଡି ଲୋକସଭା ଆସନ ପାଇଁ ୮ ଜଣ ପ୍ରାର୍ଥୀ, ନବରଙ୍ଗପୁର ପାଇଁ ୪ ଜଣ, ବ୍ରହ୍ମପୁର ପାଇଁ ୪ ଜଣ ଓ କୋରାପୁଟ ପାଇଁ ୭ ଜଣ ସାଂସଦ ପ୍ରାର୍ଥୀ ନାମାଙ୍କନ ଭରିଥିବା ସୂଚନା ମିଳିଛି । ଆଜି ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ ପ୍ରାର୍ଥୀ ସଂଖ୍ୟା ବଢିବା ସମ୍ଭାବନା ରହିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪ଟି ଲୋକସଭା ଆସନ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ବ୍ରହ୍ମପୁରରେ ମତଦାନ ହେବ । ଏହି ସବୁ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ୨୮ ବିଧାନସଭା ପାଇଁ ମେ ୧୩ ତାରିଖରେ ଭୋଟ ଗ୍ରହଣ କରାଯିବ । ଆଜି ନାମାଙ୍କନ ଦାଖଲର ଶେଷଦିନ ଥିବା ବେଳେ ଆସନ୍ତାକାଲି ନାମାଙ୍କନ ଯାଞ୍ଚ ହେବ । ୨୯ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।