ଆଜି ସୁନିଆ, ଶ୍ରୀମନ୍ଦିର ଓ ଶ୍ରୀନଅରରେ ସ୍ଵତନ୍ତ ନୀତିକାନ୍ତି

ଗଜପତି ମହାରାଜାଙ୍କ ୬୭ଅଙ୍କ ପ୍ରବେଶ

ଆଜି ଶ୍ରୀମନ୍ଦିରରେ ପାଳିତ ହେବ ବିଶେଷ ପର୍ବ ସୁନିଆ । ତେବେ ଶ୍ରୀମନ୍ଦିରର ସମସ୍ତ ପର୍ବ ପର୍ବାଣୀ ମଧ୍ୟରେ ସୁନିଆର ବିଶେଷତ୍ଵ ବେସ ଟିକେ ନିଆରା । ଆଜିଠାରୁ ଆରମ୍ଭ ହେଉଛି ଗଜପତି ମହାରାଜାଙ୍କର ୬୭ ଅଙ୍କ । ଏହି ଅବସରରେ ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଗଜପତି ମହାରାଜ ସ୍ବତନ୍ତ୍ର ପରିପାଟୀରେ ସିଂହାସନରେ ଉପବେଶନ କରିବା ପରେ ରାଜଗୁରୁ ଅନ୍ୟାନ ସେବାୟତଙ୍କ ଉପସ୍ଥିତିରେ ସୁବର୍ଣ୍ଣ ମୁଦ୍ରାରେ ଏହି ଅଙ୍କକୁ ଖୋଦେଇ କରାଯିବ । ଏହାପରେ ଏହି ମୁଦ୍ରାକୁ ପ୍ରଚଳନ କରାଯିବାର ପରମ୍ପରା ରହିଛି । ୧୬ ଶାସନର ବ୍ରାହ୍ମଣ ଅନ୍ୟ ବିଶିଷ୍ଟ ଅତିଥିଙ୍କ ଉପସ୍ଥିତିରେ ସ୍ବତନ୍ତ୍ର ରୀତିନୀତିରେ ଏହି ଅଙ୍କକୁ ପ୍ରଚଳନ କରାଯିବ । ଆଜିଠାରୁ ଏହି ଅଙ୍କ ଜାତକ ଓ ପାଞ୍ଜି ଗଣନାରେ ବ୍ୟବହାର କରାଯିବ ।

ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବିଶେଷ ପୂଜାର୍ଚ୍ଚନା । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ସେହିପରି ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ନୀତି ମଧ୍ୟ ପାଳନ କରାଯିବ । ସୁନିଆ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯିବ। ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିବେ। ତେବେ ଏହି ପର୍ବକୁ ଶ୍ରୀମନ୍ଦିର ତଥା ଶ୍ରୀନଅରରେ ବିଶେଷ ଭାବେ ପାଳନ କରାଯିବାର ବିଧି କାହିଁ କେଉଁ କାଳରୁ ରହି ଆସିଛି ।