‘ବଡ଼ ବଡୁଆ ହୋ’ ଅନ୍ଧାରରେ ଆସ, ଆଲୁଅରେ ଯାଅ…’
ଆଲୋକର ପର୍ବ ଦୀପାବଳୀ । ଅସତ୍ୟ ଉପରେ ସତ୍ଯର ବିଜୟ ତଥା ଅନ୍ଧକାର ଉପରେ ଆଲୋକର ଏହି ବିଜୟ ପର୍ବ ଯାହାର ନାଁ ଦୀପାବଳି । ଦୀପାବଳି ପାଇଁ ସଜେଇ ହୋଇଛି ଗାଁ ଠୁ ସହର ।ଚାରିଆଡ଼େ ରଙ୍ଗୀନ ଆଲୋକ ମାଳା । ତେବେ ହି ଦିନର ବିଶେଷତ୍ଵ ହିନ୍ଦୁ ଧର୍ମରେ ବେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆଜିର ଦିନରେ ପିତୃପୁରୁଷଙ୍କ ସ୍ମରଣ କରାଯାଇଥାଏ । ପୟାଶ୍ରାଦ୍ଧ କରାଯାଇ ବଡ଼ ବଡୁଆଙ୍କୁ ଡକା ଯାଇଥାଏ । ତେବେ ଏହି ଦୀପାବଳୀକୁ ନେଇ ଶ୍ରୀମନ୍ଦିରରେ ରହିଛି ସ୍ଵତନ୍ତ୍ର ନୀତିକାନ୍ତି । ମହାପ୍ରଭୁ ନିଜେ ମଧ୍ୟ ହି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥାନ୍ତି ।
ସେପଟେ କାର୍ତିକ ମାସ ଅମାବ୍ୟାସା ତିଥି ଯୋଗୁ ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିପାରିନଥାନ୍ତି, ସେମାନେ ଆଜିର ଦିନରେ ୨୨ ପାହାଚରେ ପିଣ୍ଡ ଦାନ କରିଥାନ୍ତି । ଏଥିସହ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ନିଆଁ ଜାଳି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାୟ ଦେଇଥାନ୍ତି । ଶ୍ରଦ୍ଧାଳଙ୍କୁ ପ୍ରବଳ ଭିଡ ଯୋଗୁ କିପରି ଶୃଙ୍ଖଳିତ ଦର୍ଶନ ହୋଇପାରିବ ସେନେଇ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।ଏପଟେ ଆଜି ବାଣ ଫୁଟାଇବାକୁ ରହିଛି ଗାଇଡଲାଇନ । ଏହି ଗାଇଡଲାଇନ ଅନୁସାରେ ବାଣ ଫୁଟାଇବାକୁ ରହିଛି ନିର୍ଦ୍ଦେଶ । ପ୍ରଦୂଷିତ ବାଣ ଫୁଟା ଉପରେ ନଜର ରଖିବାକୁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।