ମାସକ ଭିତରେ ୨ହଜାର ଟଙ୍କା ଶସ୍ତା ହେଲା ସୁନା

ପାର୍ବଣରେ କିଣି ହେବ ଶସ୍ତାରେ ଗହଣା

ପାର୍ବଣ ପୂର୍ବରୁ କମିଛି ସୁନା ଦର । ମାସକରେ ୨ହଜାର ଟଙ୍କା ଖସିଛି ସୁନା ଦର । କେବଳ ଚଳିତ ମାସ ୫ଦିନ ଭିତରେ ୧୧୦୦ ଟଙ୍କା ଶସ୍ତା ହୋଇଛି ସୁନା । ରାଜଧାନୀ ଭୁବନେଶ୍ବରରେ ଆଜି ୨୪ କ୍ୟାରେଟ ସୁନା ଦର ୫୬ହଜାର ୮୦୦, ୨୨ କ୍ୟାରେଟର ଦର ୫୨ହଜର ୪୦୦ ଟଙ୍କା ଓ ୧୮ କ୍ୟାରେଟ ସୁନା ଦର ୪୩ହଜାର ୨୦୦ ଟଙ୍କା ରହିଛି । ଖାଲି ସୁନା ନୁହେଁ ରୁପା ଦର ବି କମିଛି । ମାସକ ଭିତରେ ରୁପା ଦାମ ବି ୭ହଜାର ଟଙ୍କା କମିଛି । ସେପ୍ଟେମ୍ବର ପହିଲାରେ ରୁପା ଦାମ କିଲୋଗ୍ରାମ ପିଛା ୭୭ହଜାର ଟଙ୍କା ଥିବା ଏବେ ଏହା ୭୦ହଜାର ଟଙ୍କାକୁ ଖସିଛି । ସୁନା ଦର କମିଥିବାରୁ ପାର୍ବଣ ଋତୁରେ ଭଲ ବ୍ୟବସାୟ ଆଶା କରିଛନ୍ତି ସୁନା ଦୋକାନୀ । ଦାମ୍ କମିଥିବାରୁ ଗ୍ରାହକ ବି ବେଶ ଖୁସି ଅଛନ୍ତି ।