ଝାଡ଼ଖଣ୍ଡରେ ବାଘୁଣୀ ‘ଜିନ୍ନତ’
ଶିମଳିପାଳର ‘ଜିନ୍ନତ’ ଏବେ ଝାଡ଼ଖଣ୍ଡ ମୁହାଁ । ଶିମିଳିପାଳରୁ ଯାଇ ଝାଡ଼ଖଣ୍ଡରେ ବୁଲୁଛି ବାଘୁଣୀ ‘ଜିନ୍ନତ’ । ଏନେଇ ସୂଚନା ଦେଲେ ଶିମିଳିପାଳ ଆରସିସିଏଫ୍ । ୧୫ ନଭେମ୍ବରରେ ‘ଜିନ୍ନତ’କୁ କୋର୍ ଏରିଆକୁ ଛଡ଼ାଯାଇଥିଲା। ଝାଡ଼ଖଣ୍ଡରେ ସ୍ବତନ୍ତ୍ର ଟିମ୍ ‘ଜିନ୍ନତ’ ଉପରେ ନଜର ରଖିଛି । ମହାରାଷ୍ଟ୍ର ତଡ଼ବାରୁ ବାଘୁଣୀ ‘ଜିନ୍ନତ’କୁ ଶିମିଳିପାଳ ଅଣାଯାଇଥିଲା । ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିବା ବାଘୁଣୀ ଜିନ୍ନତ ଝାଡ଼ଖଣ୍ଡରେ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ଏନେଇ ସୂଚନା ଦେଇଛନ୍ତି ।