ନନ୍ଦନକାନନରେ ବାଘୁଣୀ ‘ସାରା’ର ମୃତ୍ୟୁ

ନନ୍ଦନକାନନରେ ବାଘୁଣୀ ‘ସାରା’ର ମୃତ୍ୟୁ

ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥ ବାଘୁଣୀ ‘ସାରା’ର ମୃତ୍ୟୁ ଘଟିଛି। ନନ୍ଦନକାନନ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ସାରାକୁ ୧୮ ବର୍ଷ ୧ ମାସ ହୋଇଥିଲା। ଗତ ଫେବ୍ରୁଆରୀ ୨୯ ତାରିଖରେ ସାରା ଅସୁସ୍ଥ ଥିବା ଜଣାପଡ଼ିଥିଲା। ସେ ଛିଡ଼ା ହୋଇପାରୁ ନଥିଲା। ଚିକିତ୍ସା ପରେ ସେ ଛିଡ଼ା ହୋଇଥିଲା ଓ ଗତ ମାର୍ଚ୍ଚ ୩ ତାରିଖରେ ମାଂସ ଖାଇଥିଲା। ମାର୍ଚ୍ଚ ୨୧ ତାରିଖରେ ସାରା ପୁଣି ଅସୁସ୍ଥ ହୋଇପଡ଼ିଲା। ତା’ର ଚିକିତ୍ସା କରାଯାଇଥିଲା। କିନ୍ତୁ ଖାଦ୍ୟ ଗ୍ରହଣ କରୁଥିବା ସତ୍ତ୍ୱେ ସେ କ୍ଷୀଣ ହୋଇଯାଉଥିଲା। ଗତକାଲି ସାରା ସ୍ୱାସ୍ଥ୍ୟାବସ୍ଥାରେ ଆହୁରି ଅବନ୍ନତି ହୋଇଥିଲା ଓ ଆଜି ଭୋରରେ ତା’ର ମୃତ୍ୟୁ ଘଟିଥିଲା।୨୦୦୬ ମସିହାରେ ମଧ୍ୟପ୍ରଦେଶର ବାନ୍ଧବଗଡ଼ରୁ ‘ସାରା’ ଆସିଥିଲା ନନ୍ଦନକାନନ। ସେତେବେଳକୁ ତାକୁ ମାତ୍ର ୫ ମାସ ହୋଇଥିଲା।