ଜିନ୍ନତକୁ ନେଇ ଅଡୁଆରେ ବନ ବିଭାଗ

ପ୍ରଥମେ ଝାଡଖଣ୍ଡ ଆଉ ଏବେ ପଶ୍ଚିମବଙ୍ଗ ପଳାଇଲା ‘ଜିନ୍ନତ’

ବାଘୁଣୀ ଜିନ୍ନତକୁ ନେଇ ଅଡୁଆରେ ବନ ବିଭାଗ । ପ୍ରଥମେ ଝାଡଖଣ୍ଡ ଆଉ ଏବେ ପଶ୍ଚିମବଙ୍ଗ ପଳାଇଥିବା ସୂଚନା। ଗତକାଲି ରାତିରେ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜ ଛାଡ଼ି ସେ ପଶ୍ଚିମବଙ୍ଗର ବେଲପାହାଡି ଜଙ୍ଗଲକୁ ଚାଲି ଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ । ଜିନ୍ନତକୁ ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା। ପ୍ରଥମେ ତାଙ୍କୁ ଶିମିଳିପାଳରେ ଏନକ୍ଲୋଜରରେ ରଖାଯାଇଥିଲା।ପରେ ତାକୁ ଶିମିଳିପାଳର କୋର ଏରିଆ ଭିତରେ ଛାଡ଼ି ଦିଆଯାଇଥିଲା। ତେବେ ଗତ ୧୦ ତାରିଖରେ ଜିନ୍ନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା। ଜିନ୍ନତ ଝାଡ଼ଖଣ୍ଡର ଜାମସେଦପୁର ରେଞ୍ଜର ଚାକୁଳିଆ ଅଞ୍ଚଳରେ ଥିଲା। ଗତକାଲି ରାତିରେ ସେ ସେଠାରୁ ପଶ୍ଚିମବଙ୍ଗର ବେଲପାହାଡ଼ି ଜଙ୍ଗଲକୁ ପଳାଇଛି।

ଜିନ୍ନତକୁ ଜିପିଏସ ଟ୍ରାକିଂରେ ରଖାଯାଇଥିବା ବେଳେ ସେ ଝାଡ଼ଖଣ୍ଡରେ ଥିବା ସମୟରେ ଏକ ସ୍ୱତନ୍ତ୍ର ଟିମ ତା’ର ଗତିବିଧି ଉପରେ ନଜର ରଖିଥିଲେ। ସେ ଝାଡ଼ଖଣ୍ଡରେ ଥିବା ସମୟରେ ଶିକାର କରି ଖାଇଥିବା ଓ ତା’ର ସ୍ୱାସ୍ଥ୍ୟ ଭଲ ଥିବା ନେଇ ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ତାକୁ ସେଠାରୁ ଫେରାଇ ଆଣିବାର ସମସ୍ତ ଯୋଜନା ଫେଲ୍ ମାରିଛି।

Leave a Reply

Your email address will not be published. Required fields are marked *