ନନ୍ଦନକାନନରରେ ବାଘ ଛୁଆର ମୃତ୍ୟୁ
ନନ୍ଦନକାନନର ପ୍ରାଣୀ ଉଦ୍ୟାନରେ ଏକ ବାଘ ଛୁଆର ମୃତ୍ୟୁ ଘଟିଛି। ଶାବକଟି ଅସୁସ୍ଥ ଥିବାରୁ ୧୨ ଜାନୁଆରି ୨୦୨୫ରୁ ସେ ଚିକିତ୍ସିତ ହେଉଥିଲା। କିନ୍ତୁ ପରେ ମୃତ୍ୟୁ ଘଟିଥିଲା। ଖବର ଅନୁଯାୟୀ, ୨ ନଭେମ୍ବର ୨୦୨୪ରେ ନନ୍ଦନକାନନରେ ବାଘୁଣୀ ରୁପା ଚାରିଟି ଛୁଆ ଜନ୍ମ ଦେଇଥିଲା। ବାଘ ଶାବକର ମୃତ୍ୟୁ ପରେ ଅନ୍ୟ ଶାବକମାନଙ୍କ ଉପରେ ସିସିଟିଭି କ୍ୟାମେରା ଦ୍ବାରା କଡ଼ା ନଜର ରଖାଯାଇଛି।
