ବାଘ ଗଣିବେ ୭୦୦ରୁ ଊର୍ଦ୍ଧ୍ଵ କର୍ମଚାରୀ
ଆରମ୍ଭ ହୋଇଛି ଶିମିଳିପାଳରେ ବାଘ ଗଣନାର ପୁରା ପ୍ରସ୍ତୁତି । ତେବେ ଶିମିଳିପାଳ ଉତ୍ତର ଓ ଦକ୍ଷିଣ ସମେତ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ କପ୍ତିପଦା ଆଦି ଅଂଚଳରେ ମଧ୍ୟ ବାଘ ଗଣନା କରାଯିବ। ତିନୋଟି ପର୍ଯ୍ୟାୟରେ ଏହି ବାଘ ଗଣନା କରାଯିବ। ୨୦ ତାରିଖ ପର୍ଯ୍ୟନ୍ତ ସାଇନସର୍ଭେ, ୨୫ ରୁ ୨୮ ତାରିଖ ଯାଏଁ ଲାଇନ ଟ୍ରାନଜେଟ ଏବଂ ୧ରୁ ୨୫ ନଭେମ୍ବର ଯାଏଁ କ୍ୟାମେରା ଟ୍ରାପିଙ୍ଗ ମାଧ୍ୟମରେ ବାଘ ଗଣନା କରାଯିବ ବୋଲି ଶିମିଳିପାଳ ଉପ ନିର୍ଦ୍ଦେଶକ କହିଛନ୍ତି। ଜାନୁୟାରୀ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ହେବାକୁ ଥିବା ଏହି ବାଘ ଗଣନା କାର୍ଯ୍ୟକ୍ରମରେ ୨୦୦ ରୁ ଊର୍ଦ୍ଧ୍ୱ ବିଟ୍ ହାଉସ ଅଂଚଳରେ ୭୦୦ ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହେବେ।
ଖାଲି ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ନୁହେଁ ବରଂ ଏହାର ପାଦଦେଶରେ ଆରମ୍ଭ ହୋଇଛି ବାଘ ଗଣନା। ଏହି ଗଣନା କାର୍ଯ୍ୟ ଶିମିଳିପାଳ ଅଭୟାରଣ୍ୟ ଏବଂ ଅଭୟାରଣ୍ୟ ବାହାରେ ଥିବା ବାରିପଦା, କରଞ୍ଜିଆ, ରାଇରଙ୍ଗପୁର, ବାଲେଶ୍ଵର ଏବଂ କେନ୍ଦୁଝର ଜିଲ୍ଲାରେ ଥିବା ବନାଞ୍ଚଳ ଅଂଚଳରେ କରାଯିବ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଗଣନା ପ୍ରକ୍ରିୟାରେ ୫ ଶହରୁ ଅଧିକ ବନ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇଛନ୍ତି । ତେବେ ଏହି ଗଣନା ଦ୍ଵାରା ବାଘ ମାନଙ୍କ ବଂଶ ବୃଦ୍ଧି ସମ୍ବନ୍ଧରେ ଅନେକ ତଥ୍ୟ ମିଳିବ । ଯାହାକୁ ନେଇ ପଶୁପ୍ରେମୀ ବେସ ଖୁସିଥିବା ଦେଖିବାକୁ ମିଳିଛି ।