ଆତ୍ମହତ୍ୟା ନିବାରଣ ଦିବସରେ ତିନି ତିନିଟି ଆତ୍ମହତ୍ୟା !

ବରଗଡ଼ରେ ଗୋଟିଏ ପରିବାରରୁ ତିନିଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ଦୁଇ ମୃତ !

ବରଗଡ଼ରେ ଅଭାବନୀୟ ଘଟଣା । ଯାହା ଶୁଣିଲେ ଆପଣଙ୍କର ବି ଛାତି ଥର ଉଠିବ ।ଗୋଟିଏ ପରିବାରର ତିନି ତିନି ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ଦୁଇଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛି । ତେବେ ବରଗଡ଼ ଜିଲ୍ଲା ସୋହେଲା ମାଷ୍ଟରପଡ଼ାରୁ ଆସିଛି ଅଭାବନୀୟ ଘଟଣା  । ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ । ସ୍ବାମୀଙ୍କ ବିୟୋଗ ପରେ ସ୍ତ୍ରୀ ଓ ଦୁଇ ପିଲା ବିଷ ପିଇ ଘରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହି ସମୟରେ ଲୋକ ଚିତ୍କାର ଶୁଣି ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଡାକ୍ତରଖାନା ସୂଚନା ଅନୁଯାୟୀ ୨ ଜଣଙ୍କର ମୃତ୍ୟୁ ଘଟିଛି।

ମୃତକ ଦ୍ୱୟ ହେଲେ ଭାଇଭଉଣୀ ବଂଶୀଧର ସାହୁ ଓ ସୁବର୍ଣ୍ଣ ମହାଜନ। ବଂଶୀଧର ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ସୁବର୍ଣ୍ଣଙ୍କୁ ବୁର୍ଲା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।  ଅଭିଯୋଗ ଅନୁସାରେ ୪ଦିନ ତଳେ ଅର୍ଜୁନ ସାହୁଙ୍କର ଅକାଳ ମୃତ୍ୟୁ ହୋଇଥିଲା । ପରେ ପୁଅ ଓ ଝିଅଙ୍କ ସହିତ ମାଆ ମାନସିକ ଅବସାଦରେ ରହୁଥିଲେ । ମାନସିକ ଅବସାଦରୁ ସମସ୍ତେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଗୋଟେପଟେ ଆଜି ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ ଅନ୍ୟପଟେ ଗୋଟିଏ ପରିବାରରୁ ତିନି ତିନି ଜଣଙ୍କ ଆତ୍ମହତ୍ୟା ସଭିଙ୍କୁ ସ୍ତବ୍ଧ କରିଛି ।