ଦେଶାନ୍ତର ହେଲେ ୩ ବାଂଲାଦେଶୀ

ଦେଶାନ୍ତର ହେଲେ ୩ ବାଂଲାଦେଶୀ

ଦେଶାନ୍ତର ହେଲେ ୩ ବାଂଲାଦେଶୀ । ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଞ୍ଚ ଅଭିଯାନ ବେଳେ ଏହି ୩ ଜଣ ଚିହ୍ନଟ ହୋଇଥିଲେ । ୬୫ ବର୍ଷୀୟ ମୁମତାଜ ଖାନ, ୫୯ ବର୍ଷୀୟ ଇନସାନ ଖାନ ଓ ୭୦ ବର୍ଷୀୟା ଅମିନା ବିବି l ସମ୍ପର୍କରେ ଏମାନେ ଦୁଇ ଭାଇ ଓ ଭଉଣୀ ବୋଲି ଜଣାପଡିଛି l ୧୯୮୭ ମସିହା ପୂର୍ବରୁ ଏହି ପରିବାରର ୫ ଜଣ ସଦସ୍ୟ ଭାରତକୁ ଅନୁପ୍ରବେଶ କରିଥିଲେ । ସେମାନେ କେନ୍ଦ୍ରାପଡାରେ ସ୍ଥାୟୀ ଭାବେ ରହୁଥିଲେ । ୫ ଜଣଙ୍କ ମଧ୍ୟରୁ ୩ ଭାଇ ଭାଉଣୀଙ୍କୁ ଦେଶାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *