ନିଶା ଖୁଆଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ଲଜ୍ କର୍ମଚାରୀଙ୍କ ସମେତ ୩ ଗିରଫ

ଭୁବନେଶ୍ବରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ

ଭୁବନେଶ୍ବରରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଗିରଫ। ଲଜ୍ ଭିତରେ ନିଶାଦ୍ରବ୍ୟ ଖୁଆଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଲଜ୍ କର୍ମଚାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି ମହିଳା ଥାନା ପୋଲିସ । ଗିରଫ ପରେ ଅଭିଯୁକ୍ତମାନେ ସେମାନଙ୍କ ଦୋଷ ସ୍ବୀକାର କରିଛନ୍ତି । ଗିରଫ ୩ ଅଭିଯୁକ୍ତଙ୍କ ଘର ଜଗତସିଂହପୁର ପୁଅ ଅଞ୍ଚଳର । ଅଭିଯୁକ୍ତ ଚନ୍ଦନ ହାତୀ ଓ ପ୍ରସନ୍ନ କୁମାର ଆଚାର୍ଯ୍ୟ ଜଗତସିଂହପୁର ବିରିଡ଼ି ଥାନା ଚାଷୀଖଣ୍ଡ ଅଞ୍ଚଳର । ସେହିପରି ଲଜରେ କାମ କରୁଥିବା ଜଗତସିଂହପୁର ଅଞ୍ଚଳର ରାଜେଶ ଦାଶକୁ ମଧ୍ୟ ଗିରଫ କରିଛି ପୁଲିସ । ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ।