ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ
ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ । ଘଟଣାର ୩୬ ଘଣ୍ଟା ପରେ ଗିରଫ ହେଲେ ଅଭିଯୁକ୍ତ । ଆଉ କିଛି ଜଣ ଫେରାର ଥିବା ସୂଚନା ମିଳିଛି । ଗିରଫ ଅଭିଯୁକ୍ତ କିଏ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନି। ଅଭିଯୁକ୍ତଙ୍କୁ ବାନ୍ଧି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ । କ୍ରାଇମ ସ୍ପଟରେ ଡ୍ରୋନ୍ ଡରିଆରେ ତଦନ୍ତ କରାଯାଉଛି । ଜଙ୍ଗଲ ଉପରେ ଡ୍ରୋନ୍ ଉଡ଼ାଇ ପ୍ରମାଣ ଖୋଜୁଛି ପୋଲିସ । ଦୁର୍ଗାପୁର ମେଡ଼ିକାଲ୍ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଜଘନ୍ୟ କାଣ୍ଡ ଘଟାଇଥିଲେ ୪ରୁ୫ ଜଣ ଦୁର୍ବୃତ୍ତ । ପୁରୁଷ ବନ୍ଧୁଙ୍କ ଉପସ୍ଥିତିରେ ମାଡ଼ ମାରିବା ସହ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏପଟେ ଡାକ୍ତରଖାନାରେ ପୀଡ଼ିତାଙ୍କର ଚିକିତ୍ସା ଚାଲିଛି । ପୀଡ଼ିତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା କହିଛନ୍ତି ବାଲେଶ୍ବରରୁ ଯାଇଥିବା ସ୍ବତନ୍ତ୍ର ଟିମ୍।ଦୁର୍ଗାପୁର ପୀ଼ଡ଼ିତା ବାପାଙ୍କ ସହ କଥା ହୋଇ ସମବେଦନା ଜଣାଇନ୍ତି ସିଏମ ମୋହନ ଚରଣ ମାଝୀ । ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନ ଯାପନ କରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି । ଅପରାଧୀମାନେ ଯେପରି କଠୋର ଦଣ୍ଡ ପାଇବେ ସେଥିପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି । ଓଡ଼ିଶାର ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗରେ ରହି, ଯାହା ଆଇନଗତ ଏବଂ ଯେ କୌଣସି ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି । ଯଦି ଅନ୍ୟ କୌଣସି ସହାୟତାର ଆବଶ୍ୟକତା ଥାଏ, ତେବେ ରାଜ୍ୟ ସରକାର ନିଶ୍ଚିତ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
