‘ମତେ ହତ୍ୟା କଲେ ୧୦୦ ସାଲୁଜା ବାହାରିବେ’

ବିଧାୟକ ସନ୍ତୋଷ ସଂ ସାଲୁଜାଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସଂ ସାଲୁଜାଙ୍କୁ ହତ୍ୟା ଧମକ । ୧୫ ଦିନ ମଧ୍ୟରେ ହତ୍ୟା କରିବାକୁ ଏକ ବ୍ୟାନରରେ ଲେଖାଯାଇଛି । ଆଜି ସକାଳୁ କଣ୍ଟାବାଞ୍ଜି ବାଳିକା ହାଇସ୍କୁଲ ବାହାରେ ଥିବା ଏକ ଦୋକାନ ନିକଟରେ ଏହି ବ୍ୟାନର ଲାଗିଥିଲା । ଏଥିରେ ନାଲି ରଙ୍ଗରେ କଣ୍ଟାବାଞ୍ଜି ବିଧାୟକଙ୍କୁ ୧୫ ଦିନରେ ହତ୍ୟା କରିବା ଲେଖାଯାଇଥିଲା । ଏହା ସହ ବ୍ୟାନରରେ ଏକ ଅଜଣା ବ୍ୟକ୍ତିଙ୍କ ଫଟୋ ମଧ୍ୟ ରହିଛି । ପୋଷ୍ଟର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ବ୍ୟାନର ଜବତ କରି ତଦନ୍ତ ଆରମ୍ଭ କରିଛି । ଏନେଇ ବିଧାୟକଙ୍କ ପରିବାର ଓ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ସେପଟେ ସନ୍ତୋଷ ସିଂ ସାଲୁଜା କହିଛନ୍ତି ତାଙ୍କୁ ମାରିଲେ, ଜନ୍ମନେବେ ୧୦୦ ସାଲୁଜା ।