ଖଲିସ୍ତାନୀ ଗ୍ରୁପ ନାମରେ ଆସିଲା ଧମକପୂର୍ଣ୍ଣ ଇମେଲ

ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ

ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି । ଲାଲକିଲ୍ଲା ଏବଂ ଦିଲ୍ଲୀ ସଚିବାଳୟ ପରିସର ଭିତରେ ସନ୍ଧାନ କରାଯାଉଛି । ଖଲିସ୍ତାନୀ ଗ୍ରୁପ ନାମରେ ଧମକପୂର୍ଣ୍ଣ ମେଲ୍ ଆସିଛି । ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସୀ ଯାଞ୍ଚ ଆରମ୍ଭ କରିଛି । ଦିଲ୍ଲୀ ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍କ୍ୱାଡ୍ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏଯାଏଁ କୌଣସି ସନ୍ଦିଗ୍ଧ ଜିନିଷ ମିଳିନାହିଁ ।ସେହିପରି ଆଜି ସକାଳେ ଦିଲ୍ଲୀର ଦୁଇଟି ପ୍ରତିଷ୍ଠିତ ସ୍କୁଲକୁ ବୋମାରେ ଉଡ଼ାଇଦେବା ପାଇଁ ଇମେଲ୍ ଜରିଆରେ ଧମକ ମିଳିଛି । ଏହି ଖବର ପ୍ରସାରିତ ହେବା ପରେ ସୁରକ୍ଷା ସଂସ୍ଥା ଏବଂ ଅଭିଭାବକମାନଙ୍କ ମଧ୍ୟରେ ଭୟ ଓ ଚାଞ୍ଚଲ୍ୟ ଖେଳିଯାଇଛି । ଧୌଲାକୁଆଁ ସ୍ଥିତ ଆର୍ମି ପବ୍ଲିକ୍ ସ୍କୁଲ (APS) ଏବଂ ଲୋଧି ରୋଡ୍ ସ୍ଥିତ ଏୟାର ଫୋର୍ସ ବାଲ୍ ଭାରତୀ ସ୍କୁଲକୁ ଇମେଲରେ ଧମକ ମିଳିଛି ।ସୂଚନା ପାଇବା ମାତ୍ରେ ଦିଲ୍ଲୀ ପୋଲିସ ବୋମା ନିଷ୍କ୍ରିୟକାରୀ ଦଳ (BDS), ଡଗ୍ ସ୍କ୍ୱାଡ୍ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୁରକ୍ଷା ଦୃଷ୍ଟିକୋଣରୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ପିଲାମାନଙ୍କୁ ପରିସରରୁ ବାହାର କରି ସୁରକ୍ଷିତ ସ୍ଥାନକୁ ପଠାଇ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *