ମହମ୍ମଦ ମୋକିମ୍ ଚିଠି, ମୁହଁ ଖୋଲିଲେ ଭକ୍ତ ଦାସ

ବିଜେପି ସହ ଯେଉଁମାନେ ଅଛନ୍ତି ସେମାନେ ବିଜେପିକୁ ଚାଲିଯିବା ଉଚିତ

ବିଜେପି ସହ ଯେଉଁମାନେ ଅଛନ୍ତି ସେମାନେ ବିଜେପିକୁ ଚାଲିଯିବା ଉଚିତ । ସୋନିଆଙ୍କୁ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ଏମିତି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ମୋକିମ ଚିଠି ଲେଖିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଭକ୍ତ ଦାସ । ଯେଉଁମାନେ ବିଜେପି ସହ ଯୋଡ଼ି ହୋଇ ରହିଛନ୍ତି, ସେମାନେ ବିଜେପିକୁ ଚାଲିଯିବା ଦରକାର ବୋଲି କହିଛନ୍ତି । ଚିଠିରେ ଭକ୍ତଙ୍କୁ ହଟାଇବା ପାଇଁ ଲେଖିଥିଲେ ମୋକିମ । ରାହୁଲ ଓ ଖଡଗେଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠାଇଥିଲେ ।ଏ ନେଇ ଭକ୍ତ କହିଛନ୍ତି, ରାହୁଲ ଓ ଦେଶରେ ଯେତେବେଳେ କଂଗ୍ରେସ ମୁକ୍ତ ଭାରତ କଥା କୁହାଯାଉଥିଲା, ରାହୁଲ ଗାନ୍ଧୀ କଠୋର ପରିଶ୍ରମ କରି କଂଗ୍ରେସକୁ ପୁଣି ଶକ୍ତିଶାଳୀ କରିଛନ୍ତି । ଏବେ ଲୋକସଭାରେ କଂଗ୍ରେସର ୯୯ ସାଂସଦ । ସେହିପରି ଏହି ବୟସରେ ଏତେ ପରିଶ୍ରମ କରୁଥିବା ମଲ୍ଲିକାର୍ଜୁନ ଖଡଗେଙ୍କ ଉପରେ ଟିପ୍ପଣୀ ଦେବାକୁ ତାଙ୍କର କଣ ଅଧିକାର ଅଛି । ସାରା ଜୀବନ କଂଗ୍ରେସ ପାଇଁ ଉତ୍ସର୍ଗୀକୃତ ମଲ୍ଲିକାର୍ଜୁନଙ୍କ ମାର୍ଗଦର୍ଶନ ଉପରେ କେହି ପ୍ରଶ୍ନ କରି ପାରିବେ ନାହିଁ । ବୟସ କାମ କରେନି, ଇଛା ଶକ୍ତି କାମ କରେ ବୋଲି କହିଛନ୍ତି ଭକ୍ତ । ଏବେ ଦିଲ୍ଲୀ ଦରବାରରେ ବିଚାରାଧୀନ ରହିଛି ଓଡ଼ିଶା କଂଗ୍ରେସର କନ୍ଦଳ ।

Leave a Reply

Your email address will not be published. Required fields are marked *