ପୂଜା ଉପରେ ନଜର ରଖିବ ସିସିଟିଭି ଓ ଡ୍ରୋନ

ଏଥର ଡ୍ରୋନ ଜଗିବ ପାର୍ବଣ ଭିଡ

ଏଥର ଡ୍ରୋନ ଜଗିବ ପାର୍ବଣ ଭିଡ ।  କେତେକ ସ୍ଥାନରେ ପୂଜା ଉପରେ ନଜର ରଖିବ ସିସିଟିଭି ଓ ଡ୍ରୋନ ।  ଏଥର ଦୁର୍ଗାପୂଜା ସୁରକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ୱାଇ ବି ଖୁରାନିଆ ।  ପୂଜା ପାଇଁ ଜୋରଜବରଦସ୍ତ ଚାନ୍ଦା ଆଦାୟକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କହିଛନ୍ତି ଡିଜିପି ।  ଅଭିଯୋଗ ଆସିଲେ ଚାନ୍ଦା ଆଦାୟ କରୁଥିବା ବ୍ୟକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦେଇଛନ୍ତି ଡିଜିପି ।  ପୂଜା ସମୟରେ ସଜାଗ ରହିବାକୁ ସମସ୍ତ ଜିଲ୍ଲାପାଳ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଓଡ଼ିଶା ପୋଲିସ ଅପରାଧିକ କାର୍ଯ୍ୟକଳାପ ଏବଂ ସନ୍ଦିଗ୍ଧଙ୍କ ଉପରେ କଡ଼ା ନଜର ରଖିଥିବା କହିଛନ୍ତି ଡିଜିପି ।