ନିଜ ପାଖରେ ଚେୟାର ଖାଲି ଛାଡ଼ିଲେ ଆତିଶୀ

ମୁଁ ଭରତଙ୍କ ପରି ଶାସନ କରିବି: ଆତିଶୀ

ଆଜି AAP ନେତ୍ରୀ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ସମୟରେ ମଧ୍ୟ ସେ ଅରବିନ୍ଦ କେଦ୍ରିୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ । ନିଜେ ଏକ ଚେୟାରରେ ବସିଥିବା ବେଳେ ନିଜ ସାଇଡ୍‌ରେ ଅରବିନ୍ଦ କେଜ୍ରିୱାଲ ବସୁଥିବା ଚେୟାର ରଖିଥିଲେ । ଏପରି ଭାବେ ସେ ନିଜର ଆନ୍ତରିକତା ତଥା ଆନୁଗତ୍ୟ କେଜ୍ରିୱାଲଙ୍କ ପ୍ରତି ପ୍ରଦର୍ଶନ କରିଥିଲେ । ତେବେ ଏ ଘଟଣା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ୪୩ ବର୍ଷୀୟ ଆତିଶୀ କହିଛନ୍ତି, ସେ ହେଉଛନ୍ତି ଭରତ । ପ୍ରଭୁ ରାମଙ୍କ ଅନୁପସ୍ଥିତିରେ ସେ ଶାସନ ଭାର ସମ୍ଭାଳିଛନ୍ତି । ରାମ ଫେରିବା ପରେ ସେ ପୁନଶ୍ଚ ଶାସନ ଭାର ସମ୍ଭାଳିବେ ବୋଲି ଆତିଶୀ କହିଛନ୍ତି । ଦିଲ୍ଲୀର ସର୍ବ କନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶପଥ ନେଇଛନ୍ତି ।ଭରତଙ୍କ ପରି ଆଜି ରାମଙ୍କ ଅନୁପସ୍ଥିତିରେ ସେ ଶାସନ କରିବେ ବୋଲି କହିଛନ୍ତି । ଏଣୁ ସେ ଉକ୍ତ ଚେୟାର ପରିତ୍ୟାଗ କରିଛନ୍ତି । ଭରତ ଯେପରି ରାମଙ୍କର କଠଉକୁ ସିଂହାସନରେ ରଖି ଶାସନ କରିଥିଲେ, ସେହିପରି ସେ ମଧ୍ୟ କେଦ୍ରିୱାଲଙ୍କ ଅନୁପସ୍ଥିତିରେ ଆସନ୍ତା ଚାରିମାସ ପାଇଁ ଦିଲ୍ଲୀର ଶାସନ ଭାର ସମ୍ଭାଳିବେ ବୋଲି କହିଛନ୍ତି । ଆତିଶୀ ଏହା ମଧ୍ୟ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ଦିଲ୍ଲୀର ଲୋକେ ପୁଣିଥରେ ଅରବିନ୍ଦ କେଜ୍ରିୱାଲଙ୍କୁ କ୍ଷମତାକୁ ଆଣିବେ । ଏହା କେଜ୍ରିୱାଲଙ୍କ ଚେୟାର । ଆଗାମୀ ନିର୍ବାଚନ ଫେବୃଆରୀରେ ରହିଛି । ନିର୍ବାଚନରେ ଦିଲ୍ଲୀର ଲୋକମାନେ ତାଙ୍କୁ ପୁଣିଥରେ ସେମାନଙ୍କର ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରିବେ। ସେପର୍ଯ୍ୟନ୍ତ ଏହି ଚେୟାର ଏହି କାର୍ଯ୍ୟାଳୟରେ ରହିବ । ମୁଁ ଭରତଙ୍କ ପରି ଶାସନ କରିବି ।”

Leave a Reply

Your email address will not be published. Required fields are marked *