୨୪ରେ ସୁଭଦ୍ରା ଟଙ୍କା
୨୪ ତାରିଖରେ ଆସିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ତୃତୀୟ ପର୍ଯ୍ୟାୟରେ ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା । ସୁନ୍ଦରଗଡ଼ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୩ୟ ପର୍ଯ୍ୟାୟ ଟଙ୍କା ଦିଆଯିବ । ବିଭିନ୍ନ ତ୍ରୁଟି କାରଣରୁ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬୭ ହଜାର ‘ସୁଭଦ୍ରା’ ଆବେଦନ ରିଜେକ୍ଟ ହୋଇଛି। ରିଜେକ୍ଟ ତାଲିକା ଜିଲ୍ଲାପାଳଙ୍କ ଜରିଆରେ ବ୍ଲକକୁ ପଠାଯାଇଛି । ଆଧାର କାର୍ଡ, ବ୍ୟାଙ୍କ ତ୍ରୁଟି ସଂଶୋଧନ କଲେ ତୃତୀୟ ପର୍ଯ୍ୟାୟରେ ମିଳିବ ଟଙ୍କା। ସଂଶୋଧନ କରିବାରେ ବିଳମ୍ବ ହେଲେ ୪ର୍ଥ ପର୍ଯ୍ୟାୟରେ ଟଙ୍କା ଦିଆଯିବ । ଜଣେ ବି ଯୋଗ୍ୟ ହିତାଧିକାରୀ ସୁବିଧାରୁ ବଞ୍ଚିତ ହେବେ ନାହିଁ’ ବୋଲି କହିଛନ୍ତି ପ୍ରଭାତୀ ପରିଡା ।