ଜୟପୁରରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ

ଆଜି ମିଳିବ ‘ସୁଭଦ୍ରା’ ଟଙ୍କାର ତୃତୀୟ କିସ୍ତି

ଆଜି ମିଳିବ ‘ସୁଭଦ୍ରା’ ଟଙ୍କା । ଆଜି ହିତାଧିକାରୀଙ୍କୁ ମିଳିବ ‘ସୁଭଦ୍ରା’ ଟଙ୍କା । ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଜୟପୁରରୁ ଆରମ୍ଭ ହେବ ସୁଭଦ୍ରାର ତୃତୀୟ କିସ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଜି ଜୟପୁରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରହିଛି । ଜୟପୁର ବାଙ୍କବିଜାରେମହିଳା ମାନଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ପାରାବେଡା ସ୍ୱରସ୍ୱତୀ ବିଦ୍ୟା ମନ୍ଦିରରେ କୁନିକୁନି ପିଲାଙ୍କ ହାତରୁ ରାକ୍ଷୀ ପିନ୍ଧି ସୁରକ୍ଷାର ବାର୍ତ୍ତାଦେବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାର ଦୁଇ ହଜାରରୁ ଅଧିକ ମହିଳା ଆଜି ଏହି ଯୋଜନା ସହ ଯୋଡି ହେବେ। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଜୟପୁରରେ ୩୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ଆଜି ରାଜ୍ୟର୧ କୋଟି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ୫ ହଜାର କୋଟି ଟଙ୍କା। ଅନ୍ୟପଟେ ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। କିନ୍ତୁ ଗତ କିଛି ଦିନ ହେବ ସୁଭଦ୍ରା ପୋର୍ଟାଲ ଖୋଲୁନଥିବାରୁ କେତେକ ଯୋଗ୍ୟ ହିତାଧିକାରୀ ଆବେଦନ କରିପାରୁନାହାନ୍ତି ।ତେବେ ଏବେ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବା ନେଇ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେଉଁମାନେ ପାଇନାହାନ୍ତି ଓ କାହିଁକି କଟିଛି ଜାଣିବାକୁ ଚାହୁଁଛନ୍ତି ସେମାନେ ୱେବ୍‌ସାଇଟକୁ ଯାଇ ଏହାର କାରଣ ଜାଣିପାରିବେ । ସୁଭଦ୍ରା ପୋର୍ଟାଲରେ ଏ ନେଇ ନୂଆ ଫିଚର ଆସିଛି ।