ଆଜି ବି ସରଗରମ ରହିବ ଗୃହ
ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ଅବକାରୀ, ଆଇନ, ପୂର୍ତ୍ତ, ମିଶନ ଶକ୍ତି, ପର୍ଯ୍ୟଟନ, ମହିଳା ଶିଶୁ ବିକାଶ ଭଳି ବିଭାଗ ଗୁଡ଼ିକର ରହିଛି ପ୍ରଶ୍ନକାଳ।ଶୂନ୍ୟ କାଳରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବାରବାଟୀ, ରାସନ କାର୍ଡ ଅବ୍ୟବସ୍ଥା, କୋଟିଆ , ସୁଭଦ୍ରା ପରି ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୃହରେ ଆଣିପାରନ୍ତି ବିରୋଧୀ । ସେହିପରି ବିରୋଧୀ ପକ୍ଷରୁ ଆଗତ ମୂଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ସେପଟେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ଆଲୋଚନାରେ ଭାଗନେଇ ନିଜ ବକ୍ତବ୍ୟ ରଖିବେ।ଆଜି ବି ଗୃହ ସରଗରମ ରହିପାରେ ।
