ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ମନମୋହନଙ୍କ ବଡ଼ ସୂଚନା

ରାଜ୍ୟରେ ଏବେ ହେବ ନାହିଁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

ଏବେ ହେବନି ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ଗତ କିଛି ଦିନ ଧରି ଲାଗିରହିଥିବା ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆଜି ସମ୍ବଲପୁର ଗସ୍ତ ବେଳେ ମନମୋହନ ସାମଲ ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି । ମନମୋହନ କହିଛନ୍ତି, ଏବେ ନିଗମ ବୋର୍ଡ ପାଇଁ ଯୋଜନା ଚାଲିଛି । ଖୁବଶୀଘ୍ର ସମ୍ବଲପୁର ଜିଲ୍ଲା ସଭାପତି ଚୟନ ହେବେ ।ମୋହନ ସରକାରକୁ ଦେଢ଼ ବର୍ଷ ପୂରିଥିଲେ ବି ଏଯାଏଁ ମନ୍ତ୍ରିମଣ୍ଡଳରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି । କିଛି ମନ୍ତ୍ରୀ, ଏକାଧିକ ପୋଷ୍ଟ ମାଡ଼ିବସିଥିଲେ ବି ମନ୍ତ୍ରିମଣ୍ଡଳ ଅଦଳବଦଳ ହେଇନି । ତେଣୁ ଚର୍ଚ୍ଚା ହେଉଥିଲା ମନ୍ତ୍ରିମଣ୍ଡଳରେ ଅଦଳବଦଳ କରିବା ସହିତ କିଛି ନୂଆ ମୁହଁଙ୍କୁ ସାମିଲ କରିପାରନ୍ତି ମୋହନ ମାଝୀ । ହେଲେ ରାଜ୍ୟ ସଭାପତି କିନ୍ତୁ ସିଧା ସିଧା କହିଦେଇଛନ୍ତି ଯେ, ରାଜ୍ୟରେ ଏବେ ହେବନି ମନ୍ତ୍ରିମଣ୍ଡଳ ଅଦଳବଦଳ ।

Leave a Reply

Your email address will not be published. Required fields are marked *