ବ୍ରହ୍ମପୁର ଲୋକସଭା ଆସନରେ ହେବ ବିଗ୍ ଫାଇଟ

ଭୃଗୁ-ପ୍ରଦୀପ-ରଶ୍ମୀରଞ୍ଜନ, ବ୍ରହ୍ମପୁରରେ ହେବ ବିଗ୍ ଫାଇଟ

ବ୍ରହ୍ମପୁର ଲୋକସଭା ଆସନରେ ହେବ ବିଗ୍ ଫାଇଟ । ବିଜେଡିରୁ ଭୃଗୁ ବକ୍ସିପାତ୍ର, ବିଜେପିରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଟକ୍କର ଦେବେ କଂଗ୍ରେସ ପ୍ରାର୍ଥୀ ରଶ୍ମୀରଞ୍ଜନ ପଟ୍ଟନାୟକ। ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପି ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ ଦେଇଛି । ପ୍ରଦୀପ ପାଣିଗ୍ରାହୀ ବିଜେଡି ଛାଡି କିଛିଦିନ ତଳେ ବିଜେପିରେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ ବିଜେଡି ଟିକେଟରୁ ବିଧାୟକ ହୋଇଥିଲେ । ସେହିଭଳି ଆଜି ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ଭୃଗୁ ବକ୍ସିପାତ୍ରଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଗତ ଲୋକସଭା ନିର୍ବାଚନରେ ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିଲେ । ସେ ବଜେଡି ପ୍ରାର୍ଥୀ ପ୍ରମିଳା ବିଶୋଇଙ୍କ ବିରୋଧରେ ଲଢି ୩ ଲକ୍ଷରୁ ଅଧିକ ଭୋଟ ହାତେଇଥିଲେ । ସେହିଭଳି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ଗଞ୍ଜାମ ଜିଲ୍ଲା ଯୁବ କଂଗ୍ରେସର ମୁଖ୍ୟ ରଶ୍ମୀରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ।