ପରିବାରରେ ତିନିଟି ସନ୍ତାନ ରହିବା ଆବଶ୍ୟକ : ଆରଏସ ମୁଖ୍ୟ
ଭାରତର ଜନସଂଖ୍ୟା ନେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଆରଏସ ମୁଖ୍ୟ ମୋହନ ଭାଗବତ ଗୁରୁମନ୍ତ୍ର । ଆରଏସଏସର ଶତାବ୍ଦୀ ସମାରୋହରେ ମୋହନ ଭାଗବତ କରିଛନ୍ତି, ଭାରତର ପ୍ରତି ପରିବାରରେ ତିନିଟି ସନ୍ତାନ ରହିବା ଆବଶ୍ୟକ । ଆମ ଦେଶର ଜନସଂଖ୍ୟା ନୀତିରେ ପ୍ରତି ପରିବାର ପାଇଁ ୨.୧ ସନ୍ତାନ କଥା କୁହାଯାଇଛି । ଏହା ଦେଶର ହାରାହାରି ଜନ୍ମହାର ।କିନ୍ତୁ ୦.୧ ସନ୍ତାନ ହୋଇ ପାରିବ ନାହିଁ। ଗଣିତରେ ୨.୧ ଅର୍ଥ ୨ । ଜନସଂଖ୍ୟାରେ ଜନ୍ମହାର୨ ପରେ ୩ । ତେଣୁ ଭାରତର ପ୍ରତି ପରିବାରରେ ତିନିଟି ସନ୍ତାନ ରହିବା ଆବଶ୍ୟକ । ଜନସଂଖ୍ୟାକୁ ନେଇ ଉଦବେଗ ମଧ୍ୟ ପ୍ରକାଶ କରିଛନ୍ତି ମୋହନ ଭାଗବତ । କହିଛନ୍ତି, ଜନସଂଖ୍ୟା ଫାଇଦା ଦିଏ କିନ୍ତୁ ବୋଝ ମଧ୍ୟ ପାଲଟିଯାଏ । କାରଣ ସମସ୍ତଙ୍କୁ ଖାଇବା ଦେବାକୁ ପଡିବ ।ତେଣୁ ଜନସଂଖ୍ୟ ନୀତି ରହିଛି । ସୁନିଶ୍ଚିତ କରିବାକୁ ପଡିବ ଜନସଂଖ୍ୟ ନିୟନ୍ତ୍ରଣରେ ରହୁ କିନ୍ତୁ ପର୍ଯ୍ୟାପ୍ତ ରହୁ । ଏହାକୁ ଦେଖିଲେ ତିନିଟି ସନ୍ତାନ ଆବଶ୍ୟକ । କିନ୍ତୁ ୩ରୁ ଅଧିକ ନୁହଁ । ଏହା ସମସ୍ତଙ୍କୁ ସ୍ବୀକାର କରିବାକୁ ପଡ଼ିବ ବୋଲି କହିଛନ୍ତି ମୋହନ ଭାଗବତ । ସଠିକ ବୟସରେ ବିବାହ କରି ତିନିଟି ସନ୍ତାନ ଜନ୍ମ କଲେ ଉଭୟ ମାଆ-ବାପା ଓ ସନ୍ତାନ ସୁସ୍ଥ ରହନ୍ତି ।ପରିବାରରେ ସନ୍ତାନଙ୍କ ମଧ୍ୟରେ ଅହଂଭାବ ରହେ ନାହିଁ ଏବଂ ପରିବାରରେ ବିଭ୍ରାଟ ସୃଷ୍ଟି ହୁଏ ନାହିଁ ବୋଲି ମୋହନ ଭାଗବତ କହିଛନ୍ତି । ସେ କହିଛନ୍ତି, ସବୁ ସମ୍ପ୍ରଦାୟରେ ଜନ ସଂଖ୍ୟା ହ୍ରାସ ପାଉଛି । ହିନ୍ଦୁଙ୍କ ଜନସଂଖ୍ୟା ପୂର୍ବରୁ କମ ଥିଲା, ଏବେ ଅଧିକ କମୁଛି । ଅନ୍ୟ ସମ୍ପ୍ରଦାୟରେ ଜନ୍ମହାର ଏତେ କମ ନଥିଲା ଏବେ କିନ୍ତୁ କମୁଛି । ଚଳିତ ବର୍ଷ ଆରଏଏସ ପ୍ରତିଷ୍ଠାର ୧୦୦ ବର୍ଷ ପୂରିଛି । ଏହି ଅବସରରେ ଦିଲ୍ଲୀରେ ସଂଘର ୨୭-୨୮ ଦୁଇ ଦିନ ଧରି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
