ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ

ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଗ୍ୟାସ୍ ମହଜୁଦ ଅଛି: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ରାଜ୍ୟରେ ଗ୍ୟାସ୍ ସଙ୍କଟ ନାହିଁ । ପର୍ଯ୍ୟାପ୍ତ ପରିମାଣର ମହଜୁଦ ଅଛି । ତେଣୁ ଲୋକଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ । ପୂର୍ବରୁ କମର୍ସିଆଲ ଗ୍ୟାସ ବଣ୍ଟନ ୨୦ ପ୍ରତିଶତ ରହିଥିଲା । ଏବେ କେନ୍ଦ୍ର ସରକାର ଆଉ ୨୦ ପ୍ରତିଶତ ମଞ୍ଜୁର କରିଥିବାରୁ ରେଷ୍ଟୁରାଣ୍ଟ ଓ ହୋଟେଲକୁ ସହଜରେ ଗ୍ୟାସ ମିଳିବ । ଏହାସହ ଆଉ ୧୦ ପ୍ରତିଶତ ବଢାଇବା ପାଇଁ ଆଲୋଚନା ଚାଲିଛି । କମର୍ସିଆଲ ଗ୍ୟାସ ଆବଶ୍ୟକତାର ପ୍ରାୟ ୫୦ ପ୍ରତିଶତ ପୂରଣ ହେବା ଆଶା କରାଯାଉଛି ।ଆଜିଠାରୁ କମର୍ସିଆଲ ସଂସ୍ଥାମାନଙ୍କୁ ୪୦ ପ୍ରତିଶତ ଗ୍ୟାସ ଯୋଗାଣ ଆରମ୍ଭ ହେବ । କେନ୍ଦ୍ର ପକ୍ଷରୁ ଆଉ ୧୦ ପ୍ରତିଶତ ପାଇଁ କିଛି ସର୍ତ୍ତ ରହିଛି । ଯାହାକୁ ପୂରଣ କରିବାରେ ରାଜ୍ୟ ସରକାର କାମ କରୁଛନ୍ତି । ସାଧାରଣ ଗ୍ରାହକଙ୍କ ପାଇଁ ଗ୍ୟାସ ବଣ୍ଟନରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏଣିକି ଆବେଦନ କରିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ନୂଆ ପାଇପ୍ ପ୍ରାକୃତିକ ଗ୍ୟାସ୍ (PNG) କନେକ୍ସନକୁ ମଞ୍ଜୁରୀ ପ୍ରଦାନ କରାଯିବ । ଦେଶରେ ଗ୍ୟାସ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଗ୍ରାହକଙ୍କୁ ତୁରନ୍ତ ସେବା ଯୋଗାଇଦେବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Leave a Reply

Your email address will not be published. Required fields are marked *