ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଚସ୍ପତି

ମୁଲତବି ପ୍ରସ୍ତାବକୁ ବାଚସ୍ପତିଙ୍କ ଅଗ୍ରାହ୍ୟ

ମୁଲତବି ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ବାଚସ୍ପତି । ରାଜ୍ୟରେ ଅହେତୁକ ଦରଦାମ୍ ବୃଦ୍ଧି ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିଥିଲେ ବିରୋଧୀ । ଯାହାକୁ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି । ଏଥିରେ କୌଣସି ସତ୍ୟତା ନାହିଁ । ମୁଲତବୀ ପ୍ରସ୍ତାବ ସତ୍ୟ ଉପରେ ଆଧାରିତ ନୁହେଁ, ଅସତ୍ୟ ଉପରେ ଆଧାରିତ କହି ବିଜେଡିର ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି ବାଚସ୍ପତି ସୁରମା ପାଢୀ । ସେପଟେ ପୁରୁଣା କଥା ଉଠାଇ ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତି ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି କୌଣସି ଦର ବର୍ତ୍ତମାନ ବଢିନାହିଁ । ମୁଗ ଡାଲି ୧୦୫ଥିଲା, ଏବେ ବି ସେହି ଦର ଅଛି । ସୋରିଷ ତେଲ ୧୫୪ ଥିଲା ଏବେ ୧୫୮ ହୋଇଛି । ପାମୋଲିନ୍ ୧୧୦ ଥିଲା, ୧୧୦ ଅଛି । ପିଆଜ ୪୦ ଓ ଆଳୁ ୩୦ ଟଙ୍କା ଭିତରେ ଅଛି । ବିଜେଡ଼ି ଶାସନ ସମୟରେ କୌଣସି ଭିତ୍ତିଭୂମି କଲେ ନାହିଁ । ଚାଷୀ ମାନଙ୍କୁ ପ୍ରୋତ୍ସାହିତ କଲେ ନାହିଁ । ଯେଉଁଥିପାଇଁ, ଆଜି ଦର ଦାମ ବୃଦ୍ଧି ହୋଇଛି । ଆଳୁ ମିଶନ ନାଁରେ ଡ୍ରାମା ଚଳାଇଲେ । ୨୭୦ କୋଟି ଟଙ୍କା ଖାଇଗଲେ, ପିଆଜ ମିଶନ ଫେଲ । ତାଙ୍କ ଶାସନ ବେଳେ ସବୁ ମିଶନ ଫେଲ । ଶୀତଳ ଭଣ୍ଡାର ୨୦ରୁ ୩୦ଟି କରିଥିଲେ, ସେଥିରୁ ଅଧା ବନ୍ଦ । କହି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ମନ୍ତ୍ରୀ

Leave a Reply

Your email address will not be published. Required fields are marked *