ଇଞ୍ଜିନିୟରିଂ ପାଠର ରାଜ୍ୟରେ ବିକଳ ଚିତ୍ର

ପାସ ହୋଇଛନ୍ତି ୩୪ ହଜାର ୪୭୧, ଚାକିରୀ ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ

ଇଞ୍ଜିନିୟରିଂ ପାଠର ରାଜ୍ୟରେ ବିକଳ ଚିତ୍ର। ପିଲା ପାଠ ପଢୁଛନ୍ତି ହେଲେ ଚାକିରୀ ନାହିଁ। ୧୦ ବର୍ଷ ମଧ୍ୟରେ ଇଞ୍ଜିନିୟରିଂ ପାଠ ପଢି ପାସ ହୋଇଛନ୍ତି ୩୪ ହଜାର ୪୭୧ ପିଲା। ଚାକିରୀ ପାଇଛନ୍ତି ମାତ୍ର ୧୫ ହଜାର ୨୮୯ ଜଣ ପିଲା। ରାଜ୍ୟରେ ବର୍ତ୍ତମାନ ୧୯ ହଜାର ୧୮୨ ଇଞ୍ଜିନିୟରିଂ ପଢି ବେକାର ବସିଛନ୍ତି। ସେହିପରି ଡିପ୍ଲୋମାରେ ସ୍ଥିତି ଆହୁରି ସାଂଘାତିକ। ୧୦ ବର୍ଷ ମଧ୍ୟରେ ଡିପ୍ଲୋମା ପଢି ପାସ କରିଛନ୍ତି ୫୪ ହଜାର ୧୮୯ ଜଣ ପିଲା। ଚାକିରୀ ପାଇଛନ୍ତି ମାତ୍ର ୨୦ ହଜାର ୯୬ ଜଣ ପିଲା। ବର୍ତ୍ତମାନ ରାଜ୍ୟରେ ୩୪ ହଜାର ୫୧ ଜଣ ଡିପ୍ଲୋମା ପଢି ବେକାର ବସିଛନ୍ତି। ବିଧାୟକ ପବିତ୍ର ସାଉଁଟାଙ୍କ ପ୍ରଶ୍ନରେ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ସ୍ୱାଇଁଙ୍କ ଲିଖିତ ଉତ୍ତର।