ରାଜ୍ୟରେ ଏବେ ନାହିଁ ବନ୍ୟା ସ୍ଥିତି

ମହାନଦୀ ଉପରମୁଣ୍ଡରେ କମୁଛି ଜଳସ୍ତର

ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ । ମହାନଦୀର ଉପରମୁଣ୍ଡରେ ଜଳସ୍ତର କମୁଛି । ହୀରାକୁଦ ଜଳଭଣ୍ଡାରର ଦୁଇଟି ଗେଟ୍ ବନ୍ଦ କରାଯାଇଛି । ଏବେ ୧୮ଟି ଗେଟ୍‌ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି । ସ୍ଥିତି ଦେଖି ଆଗକୁ ଅଧିକ ଗେଟ୍ ବନ୍ଦ କରାଯିବ ବୋଲି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ଚରଣ ମହାନ୍ତି । ହୀରାକୁଦ ଜଳଭଣ୍ଡାରକୁ ଏବେ ପ୍ରତି ସେକେଣ୍ଡରେ ଲକ୍ଷେ ୭୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୩ ଲକ୍ଷ ୩୦ ହଜାର କ୍ୟୁସେକ୍ ପାଣି । ସେହିପରି ମୁଣ୍ଡଳିରେ ଗତକାଲି ୪ ଲକ୍ଷ ୮୫ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା । ଏବେ ସେଠାରେ ଜଳପ୍ରବାହ ୪ ଲକ୍ଷ ୩୪ହଜାରକୁ ଖସିଛି । ତଥାପି ବନ୍ୟା ପାଇଁ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *