ବିଜେଡିରେ କେଉଁଠି ବି ନାହିଁ ଅସନ୍ତୋଷ: ଦେବୀ ମିଶ୍ର
ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଛି ବିଜେଡି । ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, ସେ ବିଜେଡିରେ ଥିଲାବେଳେ ଦଣ୍ଡ ଧରି ଦଳର ଦଉଡିକୁ ସମ୍ଭାଳି ଥିଲେ । ଯୁଆଡେ ଗଲେ ବି ତାଙ୍କ ଦଣ୍ଡର ପ୍ରଭାବ ରହିବ । ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଛି । ଆମ ଦଳରେ ଅସନ୍ତୋଷ କେଉଁଠି ବି ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି ।ସୂଚନା ଅନୁସାରେ ଆଜି ନବୀନ- ପାଣ୍ଡିଆନଙ୍କୁ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ ସିଧା ଟାର୍ଗେଟ କରିଛନ୍ତି । ପ୍ରସନ୍ନ କହିଛନ୍ତି ପାଣ୍ଡିଆନଙ୍କ କଥାରେ ପଡ଼ି ଏବେ ମିଛ କହୁଛନ୍ତି ନବୀନ । ବିଜେଡି ଦଳରେ ଏବେ ବି ଭୀଷଣ ଷଡ଼ଯନ୍ତ୍ର ଚାଲିଛି । ପାଣ୍ଡିଆନଙ୍କ ଯୋଗୁଁ ବିଜେଡି ହାରିଛି । ମୋତେ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦିଆଯାଇ ପଠାନଯିବା ସବୁଠୁ ବଡ଼ ମିଛ। ପାଣ୍ଡିଆନ ଆସିବା ଦିନ ଠାରୁ ଦଳ ଧ୍ବଂସ ହୋଇଗଲା। ନବୀନ ବାବୁ ପାଣ୍ଡିଆନଙ୍କୁ ସମର୍ଥନ କରୁଥିବାରୁ ତାଙ୍କ ମାର୍କେଟ ଗଲା ବୋଲି ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ କହିଛନ୍ତି ।