ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ

ବିକ୍ରମ ପଣ୍ଡାଙ୍କ ସହ ଅଛି ମହିଳାଙ୍କ ଆପତ୍ତି ଜନକ ଫଟୋ

ପୀତବାସ ପଣ୍ଡା ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ । ବିକ୍ରମ ପଣ୍ଡାଙ୍କ ସହ ଅଛି ମହିଳାଙ୍କ ଆପତ୍ତି ଜନକ ଫଟୋ ? ପୋଲିସ ଦେଇଥିବା ଚାର୍ଜ ସିଟର ଦୁଇଟି ଫର୍ଦ୍ଦରେ ଅଛି ଦୁଇ ମହିଳାଙ୍କ ବିସ୍ଫୋରକ ବୟାନ । ଗୋଟିଏ ବୟାନରେ ପୀତବାସ ପଣ୍ଡାଙ୍କ ସ୍ତ୍ରୀ କହିଛନ୍ତି ବିକ୍ରମଙ୍କ ସହ ଜଣେ ମହିଳାଙ୍କ ଆପତ୍ତି ଜନକ ଫୋଟୋ ଥିବା ଏକ ପେନଡ୍ରାଇଭ ପୋଲିସ ତାଙ୍କ ସିକ୍ରେଟ ଚାମ୍ବରରୁ ଜବତ କରିଥିଲେ ।ଅନ୍ୟପଟେ ଆଉ ଜଣେ ମହିଳା କହିଛନ୍ତି ବିକ୍ରମ ପଣ୍ଡାଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ରୁମରେ ସେହି ମହିଳା ଜଣକ ଆପତ୍ତି ଜନକ ଅବସ୍ଥାରେ ଥିଲେ l ତେବେ ଏହି ଅଭିଯୋଗ ଓ ଫଟୋକୁ ବିକ୍ରମଙ୍କ ଓକିଲ ଦୀପକ ପଟ୍ଟନାୟକ ଖଣ୍ଡନ କରିଛନ୍ତି । ଏହାକୁ ଷଡ଼ଯନ୍ତ୍ର ବୋଲି କହି ସେ ସବୁ ଫୋଟୋ କପି ପ୍ରଦାନ କରିବା ପାଇଁ କୋର୍ଟରେ ପିଟିସନ ଦାଖଲ କରିଛନ୍ତି l ପୋଲିସ ସିଜର ଲିଷ୍ଟରେ କୌଣସି ଫୋଟୋ କିମ୍ବା ପେନଡ୍ରାଇଭ ଦାଖଲ ହୋଇନଥିବା କହିଛନ୍ତି ଦୀପକ l

Leave a Reply

Your email address will not be published. Required fields are marked *