ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ

‘ରତ୍ନଭଣ୍ଡାରରେ ନାହିଁ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ’

ରତ୍ନଭଣ୍ଡାର ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । GPR ସର୍ଭେର ଚୁଡ଼ାନ୍ତ ରିପୋର୍ଟ ଖୁବଶୀଘ୍ର ଆସିବ। ପ୍ରାଥମିକ ଆଲୋଚନାରୁ ରତ୍ନଭଣ୍ଡାରରେ କୌଣସି ଗୁପ୍ତ କୋଠରୀ କିମ୍ବା ସୁଡ଼ଙ୍ଗ ନାହିଁ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି ପ୍ରାଥମିକ ଆଲୋଚନରୁ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ କିମ୍ବା ଗୁପ୍ତ କୋଠରୀ ନଥିବା ଜଣାପଡ଼ିଛି । ତେବେ ଆମେ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରିଛୁ ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେହିପରି ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ସେ କହିଛନ୍ତି, ନୂଆବର୍ଷରୁ ରତ୍ନଭଣ୍ଡାର ଗଣତି ମଣତି ହେବ । ଏବେ କାର୍ତ୍ତିକ ମାସ ଚାଲୁଥିବାରୁ ଶ୍ରୀମନ୍ଦିରରେ ଭିଡ଼ ରହିଛି । ତେବେ କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ମରାମତି ହେବ । ରତ୍ନଭଣ୍ଡାର ମଧ୍ୟରେ ଫାଟ ରହିଛି । ତେବେ କାର୍ତ୍ତିକ ମାସ ପରେ ଏକ ମାସ ଧରି ASI ରତ୍ନଭଣ୍ଡାରର କାମ କରିବ । ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ । ତେବେ ପୁରୁଣା ତାଲିକା ସହ ମ୍ୟାଚ୍‌ କରାଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *