ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ
ରାଜ୍ୟରେ ଅଛନ୍ତି ୫୨୮୪ ଭିକାରୀ । କଟକରେ ସର୍ବାଧିକ ୧୦୬୦ ଭିକାରୀ। ବରଗଡ଼ରେ ୫୯୫, ଗଞ୍ଜାମରେ ୫୪୫, ବଲାଙ୍ଗିରରେ ୪୮୨ ଭିକାରୀ । ସୁନ୍ଦରଗଡ଼ରେ ୪୧୭, ପୁରୀରେ ୩୫୦ ଭିକାରୀ ଅଛନ୍ତି ।ରାଜ୍ୟକୁ ଭିକାରୀ ମୁକ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ପୁରୀ ଠାରେ ନୀଳାଦ୍ରି ନିଳୟ, ଭୁବନେଶ୍ୱରରେ ଏକାମ୍ର ନୀଳୟ ଅଭିଯାନ କରାଯାଇ ଭୀକ୍ଷୁକ ମୁକ୍ତ କରିବା ଯୋଜନା ହାତକୁ ନିଆଯାଇଛି। ବିଧାୟକ ଲକ୍ଷ୍ମଣ ବାଗ ଙ୍କ ପ୍ରଶ୍ନ ରେ ଲିଖିତ ଉତ୍ତର ରଖିଲେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
