ରାଜ୍ୟରେ ଅଛନ୍ତି ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ
ରାଜ୍ୟରେ ଅଛନ୍ତି ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ। ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭ ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ରହିଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନରେ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହୋଇଛନ୍ତି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ। ସେହିଭଳି ସିଏମ୍ କିଷାନ ମାଧ୍ୟମରେ ୪୫ ଲକ୍ଷ ୫୭ ହଜାର ୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯ ହଜାର ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୫ ଲକ୍ଷ ୧୭ ହଜାର ଚାଷୀ ଖରିଫରେ ଓ ୧ ଲକ୍ଷ ୮୩ ହଜାର ଚାଷୀ ରବିରେ ପଞ୍ଜୀକରଣ କରିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ସୂଚନା ଦେଇଛନ୍ତି ।
