ରାଜ୍ୟରେ ଖାଲିପଡ଼ିଛି ୧୦୫ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ

ରାଜ୍ୟରେ ଖାଲିପଡ଼ିଛି ୧୦୫ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦବୀ

ରାଜ୍ୟରେ ଖାଲିପଡ଼ିଛି ୧୦୫ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ତେବେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଗୃହରେ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର କେଉଁ କେଉଁ ବ୍ଲକରେ କେତୋଟି ବିଇଓ ପଦବୀ ଖାଲିପଡ଼ିଛି? ଆଉ ଏହା କେବେ ସୁଦ୍ଧା ପୂରଣ ହେବ?ଏହାର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ରାଜ୍ୟର ବିଭିନ୍ନ ବ୍ଲକରେ ମୋଟ ୧୦୫ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ ଫାଙ୍କା ପଡ଼ିଛି । ରାଜ୍ୟର ୧୮୦୪ ପ୍ରାଇମେରି ସ୍କୁଲ, ୩୮୬୫ ୟୁପି ସ୍କୁଲ ଏବଂ ୧୭୭୨ ହାଇସ୍କୁଲରେ ଛାତ୍ରୀ ଛାତ୍ରୀ ତୁଳନାରେ ଗୃହ ଭିତ୍ତିଭୂମିର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି ।