ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହେଉଛି ବିଶ୍ୱର ସର୍ବବୃହତ ରାକ୍ଷୀ
ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା । ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ । ଶ୍ରୀମନ୍ଦିର ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ । ଭଉଣୀ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁ ଏହି ରାକ୍ଷୀ ପରିଧାନ କରାଇବେ ସିଂହାରୀ ସେବାୟତ। ପ୍ରାୟ ୧୫ କିଲୋ ବାସୁଙ୍ଗୀ ପାଟରେ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀକୁ ଚିତାଲାଗି ଅମାବାସ୍ୟା ପରଠାରୁ ପ୍ରସ୍ତୁତ କରିଥାଆନ୍ତି ପାଟରା ସେବାୟତ । ଏହାବ୍ୟତିତ ଶ୍ରୀଜୀଉମାନେ ଦୁଇଟି ଲେଖାଏଁ ଗୁଆମାଳ ମଧ୍ୟ ପରିଧାନ କରିଥାଆନ୍ତି ।
ନାଲି,ସବୁଜ,ହଳଦିଆ ଓ ନୀଳ ରଙ୍ଗର ଏହି ଗୁଆମାଳ ରାକ୍ଷୀକୁ ମଧ୍ୟ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଇଥାଏ ।ମାଣିଆବନ୍ଧରେ ତିଆରି ହୋଇଥିବା ପାଟ ସୂତାରୁ ଏହି ରାକ୍ଷୀକୁ ପାଟରା ସେବାୟତ ଶ୍ରଦ୍ଧା,ଭକ୍ତି ଓ ବିଶ୍ୱାସର ସହ ପ୍ରସ୍ତୁତ କରିଥାଆନ୍ତି । ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣମା ପାଳନ ସହ ବଳଭଦ୍ରଙ୍କ ମଧ୍ୟ ଜନ୍ମ ଉତ୍ସବ ପାଳନ କରାଯାଇଥାଏ । ଭୋଗମଣ୍ଡପ ନୀତି ଶେଷ ହେବା ପରେ ପାଟରା ବିଶୋଇଙ୍କ ପକ୍ଷରୁ ପ୍ରଦତ୍ତ ରାକ୍ଷୀ ବାନ୍ଧିବାର ଵିଧି ଓ ପରମ୍ପରା ରହିଛି ।

Nice post! 1754807093