ଏବେ ଶୁଖିଲା ରହିବ ପାଗ

୪-୫ଦିନ ଯାଏଁ ନହିଁ ବଡ ବର୍ଷା !

ଧୀରେଧୀରେ ରାଜ୍ୟରେ ବଦଲୁଛି ପାଣିପାଗ । ଲଗାଣ ବର୍ଷା ପରେ ଏବେ ପାଗ ଶୁଖିଲା ଅଛି। ରାଜ୍ୟରେ ମୌସୁମୀ ଏବେ ଦୁର୍ବଳ। ସ୍ବାଭାବିକ ଠାରୁ ଉତ୍ତର ଦିଗରେ ରହିଛି ମୌସୁମୀ ନିମ୍ନ ଚାପରେଖା । ତେବେ ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଗ ସ୍ଵାଭାବିକ ରହିବା କାରଣରୁ ଗୁଳୁଗୁଳି ଅନୁଭୂତ ହେବ।

ଆଜି ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ୧୪ତାରିଖ ବେଳକୁ ସମୁଦ୍ରରେ ଘୂର୍ଣ୍ଣିବଳୟ ପ୍ରଭାବରେ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ସାମାନ୍ୟ ବଢିପାରେ । ସେପଟେ କମିବାରେ ଲାଗିଛି ହୀରାକୁଦ ଜଳସ୍ତର । ଫଳରେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯାଉଛି । ତେବେ ଆଗାମୀ 4ରୁ5 ଦିନ ପାଗରେ କୌଣସି ପରିବର୍ତ୍ତନ ହେବ ନାହିନ ବୋଲି ସୂଚନା ରହିଛି ।