କମୁଛି ହୀରାକୁଦର ଜଳସ୍ତର

ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୩ଲକ୍ଷ ୪୯ ହଜାର ୪୯୬ କ୍ୟୁୁସେକ୍ ବନ୍ୟାପାଣି

 ଉପର ମୁଣ୍ଡରେ ପାଗ ସ୍ଵାଭାବିକ ହେବ ପରେ ଏବେ ଧୀରେ ଧୀରେ କମୁଛି ହୀରାକୁଦର ଜଳସ୍ତର । ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଥିଲା । ଫଳରେ ହୀରାକୁଦର ଗେଟ ଖୋଲାଯାଇ ବନ୍ୟାଜଳକୁ ନିଷ୍କାସିତ କରଯାଇଥିଲା । ପ୍ରବଳ ବେଗରେ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ତେବ ଏବେ କିନ୍ତୁ ଧୀରେଧୀରେ ଏହା ଵଭବିକ ହେବାରେ ଲାଗିଛି ।

୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ସକାଳ ୬ଟା ସୁଦ୍ଧା ଜଳସ୍ତର ରହିଛି ୬୨୧ ଦଶମିକ ୧୦ ଫୁଟ୍ । ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ଲକ୍ଷ ୬୭ ହଜାର କ୍ୟୁସେକ୍ ଜଳ । ନିଷ୍କାସିତ ହେଉଛି ୩ଲକ୍ଷ ୪୯ ହଜାର ୪୯୬ କ୍ୟୁୁସେକ୍ ବନ୍ୟାପାଣି । ସେହିପରି କଟକ ମୁଣ୍ଡଳୀରେ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪ଲକ୍ଷ ୨୬ ହଜାର ୧୧୨ ବନ୍ୟାଜଳ । ତେବ ଏହା ସହ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।