ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୩ ଗେଟ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍। ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ଖୋଲାଗଲା ହୀରାକୁଦର ଆଉ ୩ଟି ଗେଟ୍ । ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଆଜି ଆଉ ୩ଟି ଗେଟ୍ ଖୋଲାଯାଇଛି। ବାମପଟର ୬ଟି ଓ ଡାହଣ ପଟର ୨ଟି ସ୍ଲୁଇସ୍ ଗେଟ୍ ଓ ବିଭିନ୍ନ କେନାଲ ଦେଇ ବନ୍ୟାଜଳ ଛଡ଼ାଯାଉଛି ।ଏହାକୁ ମିଶାଇ ଏବେ ୮ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଛି।

୮ଟି ଗେଟ ମଧ୍ୟରୁ ୨ଟି ଗେଟ ବୁର୍ଲା ଡାହାଣ ସ୍ପିଲ୍‌ ୱେ’ ପାର୍ଶ୍ୱରୁ ଖୋଲା ଯାଇଥିବା ବେଳେ, ହୀରାକୁଦ ବାମ ସ୍ପିଲ ୱେ’ ପାର୍ଶ୍ୱରୁ ୬ଟି ଗେଟ୍‌ ଖୋଲା ଅଛି। ଗତକାଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ଅବସରରେ ମୋଟ ୫ଟି ସ୍ଲୁଇସ ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଥିଲା।

ହୀରାକୁଦ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୮ ଟି ଗେଟ ଦେଇ ୧ ଲକ୍ଷ ୬୨ ହଜାର ୭୩୮ ଘନଫୁଟ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୪.୪୩ ଫୁଟରେ ପହଞ୍ଚିଛି । ଆସନ୍ତା ୩୧ ତାରିଖ ମଧ୍ୟରେ ଜଳଭଣ୍ଡାର ର ଜଳ ପତ୍ତନ କୁ ୬୦୫ ଫୁଟରେ ରଖାଯିବା ନେଇ କହିଛନ୍ତି ହୀରାକୁଦ ଡ୍ୟାମ ବିଶେଷଜ୍ଞ ।