ଆସିଲା ଏଚଆଇଭି ପ୍ରତିରୋଧକ ଇଞ୍ଜେକ୍ସନ
ଆସିଲା ଏଚଆଇଭି ପ୍ରତିରୋଧକ ଇଞ୍ଜେକ୍ସନ । ବିଶ୍ବର ପ୍ରଥମ HIV ପ୍ରତିରୋଧକ ଇଞ୍ଜେକ୍ସନକୁ ଆମେରିକା FDIର ମଞ୍ଜୁରୀ । ବର୍ଷକୁ ଏହି ପ୍ରତିଷେଧକ ଇଂଜେକ୍ସନର ଦୁଇଟି ଡୋଜ ନେବାକୁ ପଡ଼ିବ । HIV ପ୍ରତିରୋଧକ କ୍ଷେତ୍ରରେ ଏହା ଏକ ମାଇଲଷ୍ଟୋନ । ଆମେରିକୀୟ ଖାଦ୍ୟ ଓ ଔଷଧ ପ୍ରଶାସନ -FDA ଲେନାକାପାଭିର ନାମକ ଇଂଜେକ୍ସନକୁ ଅନୁମୋଦନ ଦେଇଛି । ଯାହା ଏଜ ଟୁଗୋ ବ୍ରାଣ୍ଡ ନାମରେ ଜଣାଶୁଣା । ଏଚଆଇଭି ପ୍ରତିରୋଧରେ କ୍ଲିନିକାଲ ଟ୍ରାଏଲରେ ଏଜଟୁଗୋ ଭଲ ଫଳାଫଳ ଦେଖାଇଛି ।
Gilead Sciences ଦ୍ୱାରା ବିକଶିତ ଏହି ଇଞ୍ଜେକ୍ସନ ବର୍ଷକୁ ଦୁଇ ଥର ନେବାକୁ ପଡ଼ିବ । ଲେନାକାପାଭିର ଇଞ୍ଜେକସନ ନେବା ଦ୍ବାରା ଏଚଆଇଭି ସଂକ୍ରମଣରୁ ଶତପ୍ରତିଶତ ବର୍ତ୍ତିପାରିବେ । ଏହି ଇଞ୍ଜେକସନ ଏଚଆଇଭି ଭୂତାଣୁକୁ ଦମନ କରିବା ସହ ଭାଇରସର ମ୍ୟୁଟେସନକୁ ରୋକିବାକୁ ସକ୍ଷମ । ଶରୀରରେ ଏହାର ପ୍ରଭାବ ୬ମାସ ପର୍ଯ୍ୟନ୍ତ ରହିଥାଏ । ଏଚଆଇଭି ସଂକ୍ରମିତଙ୍କୁ ଲେନାକାପାଭିର ଇଞ୍ଜେକସନ ପାଇଁ ୨୦୨୨ରେ ଅନୁମୋଦନ କରିଥିଲା FDA ।
