ନାକେଦମ୍ କଲାଣି ଜିନ୍ନତ

ପଶ୍ଚିମବଙ୍ଗର ଝାଡ଼ଗ୍ରାମ ଡେଇଁ ପୁରୁଲିଆ ବାନ୍ଦଓ୍ବାନ ଜଙ୍ଗଲରେ ଜିନ୍ନତ

ବାଘୁଣୀ ଜିନ୍ନତକୁ ଓଡ଼ିଶା ଫେରାଇ ଆଣିବାକୁ ଚାଲିଛି ଜୋରଦାର୍ କସରତ। ଜିନ୍ନତକୁ ନେଇ ଚିନ୍ତାରେ ବନ ବିଭାଗ । ବାଘୁଣୀ ଜିନ୍ନତ ଏବେ ପଶ୍ଚିମବଙ୍ଗ ପୁରୁଲିଆରେ । ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ସମ୍ଭବ ହେଉନି ଟ୍ରାଙ୍କୁଲାଇଜ୍ କରିବା । ୩-୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଛି ।ଦିନକୁ ୨୫ରୁ ୩୦ କି.ମି ବାଟ ଅତିକ୍ରମ କରୁଛି ଜିନ୍ନତ । ଓଡିଶା ଓ ପଶ୍ଚିମବଙ୍ଗ ବନବିଭାଗର ୧୩୦ରୁ ଉର୍ଦ୍ଧ୍ବ କର୍ମଚାରୀ ଜିନ୍ନତର ଗତିବିଧି ଉପରେ ନଜର ରଖିଛନ୍ତି । ପ୍ରଥମେ ଶିମିଳିପାଳରୁ ଝାଡ଼ଖଣ୍ଡ ଏବେ ପଶ୍ଚିମବଙ୍ଗରେ ଆଗକୁ ଆଗକୁ ମାଡ଼ିଚାଲିଛି ଜିନ୍ନତ । ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାଡ଼ଗ୍ରାମ ଡେଇଁ ବାଘୁଣୀଟି ପୁରୁଲିଆ ବାନ୍ଦଓ୍ବାନ ଜଙ୍ଗଲରେ ପହଞ୍ଚିଛି । ସୁନ୍ଦରବନର ଅଭିଜ୍ଞ ବାଘ ଧରାଳି ଟିମ୍ ମଧ୍ୟ ଜୀନ୍ନତକୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । ଜିନ୍ନତ ଓଡ଼ିଶାର ଶିମିଳିପାଳଠାରୁ ପ୍ରାୟ ୧୩୦କିମି ଦୂରରେ ରହିଛି । ଦିନକୁ ଯେ କୌଣସି ସମୟରେ ଏହା ଜଙ୍ଗଲ ଡେଇଁ ଜନବସତିକୁ ପଶିଯିବାର ଆଶଙ୍କା ମଧ୍ୟ ରହିଛି । ଏହାକୁ ନେଇ ପଶ୍ଚିମବଙ୍ଗ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ହାଇଆର୍ଲଟ ଜାରି କରାଯାଇଛି ।