ସରିଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ
ଶେଷ ହେଲା ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢୀ। ଦୀର୍ଘ ଦଶନ୍ଧିର ରେକର୍ଡ୍ ଭାଙ୍ଗିଲା ଏହି ଅଧିବେଶନ । ସାରାରାତି ଚାଲିଥିଲା ଗୃହ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଣିଥିଲେ 2025-26 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ରାଜ୍ୟପାଳ ଗୃହକୁ ସମ୍ବୋଧନ କରିଥିଲେ। ଦୁଇଟି ବିଭାଗର ଆଇନ ପ୍ରଣୟନ ବିଲ ଗୃହରେ ହୋଇଛି ପାରିତ। ବିଶ୍ଵ ବିଦ୍ୟାଳୟ ସଂଶୋଧନ ବିଲ୍ 2024 ଓ ଓଡ଼ିଶା ରାଜ୍ୟ ରାଜପଥ ପ୍ରାଧିକରଣ 2025 ବିଲ ପାରିତ ହୋଇଛି। 25ଟି କାର୍ଯ୍ୟ ଦିବସ ଅନୁଷ୍ଠିତ ହୋଇଛି। ରୋଚକ ଥିଲା ଏହି ଅଧିବେଶନ। ଗୃହରେ ଜୋରଦାର ପ୍ରତିବାଦ ପାଇଁ ଗୃହରୁ ନିଲମ୍ବନ ହୋଇଥିଲେ ସମସ୍ତ କଂଗ୍ରେସ ବିଧାୟକ। ତାଙ୍କୁ ସାଥ ଦେଇ ଗୃହ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଥିଲେ କମ୍ୟୁନିଷ୍ଟ ବିଧାୟକ ଲକ୍ଷ୍ମଣ ମୁଣ୍ଡା ।
