ଖସିବ ପାରଦ, ତାତିରୁ ମିଳିବ ତ୍ରାହି

୩ ରୁ ୪ ଦିନ ଭିତରେ କମିବ ତାତି

ଖସିବ ପାରଦ । ତାତିରୁ ମିଳିବ ତ୍ରାହି । ୩ ରୁ ୪ ଦିନ ଭିତରେ ଧୀରେ ଧୀରେ ତାତି କମି ସ୍ଵାଭାବିକ ହେବ ତାପମାତ୍ରା । ଗତ ୨୪ ଘଣ୍ଟାରେ ୩ ଟି ଷ୍ଟେସନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ଼ କରାଯାଇଥିଲା । ଆସନ୍ତାକାଲି ଝାରସୁଗୁଡ଼ାରେ ସର୍ବାଧିକ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଅନୁଗୁଳ ଏବଂ ବଲାଙ୍ଗୀରରେ ୩୫.୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ ରୁ ୩ ଡିଗ୍ରୀ ସ୍ଵାଭାବିକଠାରୁ ଅଧିକ ରହିଛି । ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ୨ ରୁ ୩ ଡିଗ୍ରୀ ଅଧିକ ରହିଛି ତାପମାତ୍ରା । ରାଉଲକେଲାରେ ୧୩.୧ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସେହିପରି ଉପକୂଳ ଓଡ଼ିଶାର ଅନେକ ସ୍ଥାନରେ ୩ ରୁ ୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ସ୍ଵାଭାବିକ ଠାରୁ ଅଧିକ ରହିଛି । ଆଗାମୀ ୨୪ ଘଣ୍ଟା ଭିତରେ କୌଣସି ସ୍ଥାନରେ ଘନ କୁହୁଡି ରେକର୍ଡ କରାଯାଇ ନାହିଁ। ଆଗାମୀ ୨ ଦିନ ଭିତରେ ଉପକୂଳ ଓଡ଼ିଶା ର କିଛି କିଛି ସ୍ଥାନରେ ହାଲୁକା କୁହୁଡି ଦେଖିବାକୁ ମିଳିବ ।