ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କ ଫୋର୍ସରେ ସାମିଲ ହେଲେ ୨ କଂଗ୍ରେସ ନେତା

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଟାସ୍କ ଫୋର୍ସରେ ସାମିଲ ହେଲେ ୨ କଂଗ୍ରେସ ନେତା

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ପରିଷଦ ପାଇଁ ଗଠିତ ଟାସ୍କ ଫୋର୍ସରେ ସାମିଲ ହେଲେ ୨ କଂଗ୍ରେସ ନେତା । କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗୋ ଟାସ୍କ ଫୋର୍ସରେ ହେଲେ ସାମିଲ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନା ଅନୁସାରେ , ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଟାସ୍କଫୋର୍ସ ଟିମ୍ରେ ପୂର୍ବରୁ ଥିଲେ ୯, ଯୋଡ଼ି ହେଲେ ଆଉ ୨ । ୩ ଜଣ ପୂର୍ବତନ ଅଧିକାରୀ ମଧ୍ୟ ଏହି ଟାସ୍କ ଫୋର୍ସର ସଦସ୍ୟ ଅଛନ୍ତି । ଏବେ ନୂଆ ସଦସ୍ୟଙ୍କୁ ମିଶାଇ ୧୧ ଜଣ ସଦସ୍ୟ ହେଲେ । ଟାସ୍କ ଫୋର୍ସ ଗଠନ ହେବା ସମୟରେ କଂଗ୍ରେସକୁ ସାମିଲ କରାନଯିବାରୁ ବିବାଦ ତେଜିଥିଲା । ପରେ ଏହା ଉପରେ ବିଚାର ବିମର୍ଶ କରାଯାଇ । ୨ କଂଗ୍ରେସ ନେତାଙ୍କୁ ସାମିଲ କରାଯାଇଛି ।